ମଣିଷ ଚର୍ମରେ ୯ ଘଣ୍ଟା ତିଷ୍ଠି ରହୁଛି କରୋନା ଭାଇରସ

ଟୋକିଓ : ସାଧାରଣ ଫ୍ଲୁ ସୃଷ୍ଟି କରୁଥିବା ଭାଇରସ ତୁଳନାରେ କରୋନା ଭାଇରସ ମଣିଷ ଚର୍ମରେ ୪ ଗୁଣ ଅଧିକ ସମୟ ଅର୍ଥାତ ୯ ଘଣ୍ଟା ପର୍ଯ୍ୟନ୍ତ ଯାଏଁ ତିଷ୍ଠିପାରେ। ଜାପାନର କିଛି ଗବେଷକ ଗବେଷଣାରୁ ଏହା ଜାଣିପଡ଼ିଥିବା ଦାବି କରିଛନ୍ତି।

ଗବେଷକମାନେ କରୋନା ରୋଗୀର ଶବ ବ୍ୟବଚ୍ଛେଦ ପୂର୍ବରୁ ସଂଗୃହୀତ ଚର୍ମର ନମୁନା ସଂଗ୍ରହ କରି ଉଭୟ କରୋନା ଭାଇରସ ଓ ଇନଫ୍ଲୁଏନଜା ଏ ଭାଇରସ ପ୍ରୟୋଗ କରିଥିଲେ। ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ ଫ୍ଲୁ ଭାଇରସ ଚର୍ମରେ ୧.୮ ଘଣ୍ଟା ଯାଏଁ ତିଷ୍ଠି ରହୁଛି। କିନ୍ତୁ କରୋନା ଭାଇରସ ୯ ଘଣ୍ଟାରୁ ଅଧିକ ସମୟ ତିଷ୍ଠି ପାରୁଛି। ତେବେ ୮୦ ପ୍ରତିଶତ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବା ଯୋଗୁ ମାତ୍ର ୧୫ ସେକେଣ୍ଡ ଭିତରେ ଅଧିକାଂଶ କରୋନା ଭାଇରସ ନଷ୍ଟ ହୋଇଯାଉଛନ୍ତି।

ଏହି ଅଧ୍ୟୟନରୁ ସ୍ପଷ୍ଟ ହେଉଛି ମଣିଷ ଚର୍ମରେ କରୋନା ଭାଇରସ ଅଧିକ ସମୟ ଯାଏଁ ତିଷ୍ଠି ରହୁଥିବାରୁ ସ୍ପର୍ଶ ଦ୍ୱାରା ସଂକ୍ରମଣ ଅଧିକ ବଢ଼ିବାର ସମ୍ଭାବନା ରହିଛି। ଦ୍ୱିତୀୟ ଅଧିକ ଆଲକହଲ ଥିବା ସାନିଟାଇଜର ବ୍ୟବହାର ଦ୍ୱାରା କରୋନା ଭାଇରସ ନଷ୍ଟ ହୋଇଯାଉଥିବାରୁ ସଂକ୍ରମଣ ରୋକିବା ପାଇଁ ସାନିଟାଇନଜର ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ୍‌।

ମତାମତ ଦିଅନ୍ତୁ ।