ମନ୍ତ୍ରୀ ଓ ବିଧାୟକଙ୍କୁ କଂଗ୍ରେସ କର୍ମୀଙ୍କ କଳା ପତାକା ପ୍ରଦର୍ଶନ

ଭବାନୀପାଟଣା : କଳାହାଣ୍ଡିରେ ମନ୍ତ୍ରୀ ଓ ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ। ଭବାନୀପାଟଣା ସର୍କିଟ୍ ହାଉସ ନିକଟରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗାଡିରେ ଯାଉଥିବା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି। କଳାହାଣ୍ଡିରେ ଉନ୍ନୟନ କାର୍ଯ୍ୟ ହେଉ ନଥିବା ପ୍ରତିବାଦରେ ସେମାନେ ଏପରି କରିଥିବା ସୂଚନା ମିଳିଛି।

ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ। ପ୍ରସ୍ତୁତିର ସମୀକ୍ଷା ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଳାହାଣ୍ଡି ଗସ୍ତରେ ଯାଇଛନ୍ତି। ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।