ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମରଣାସ୍ତ୍ର ଜବତ

ନୂଆପଡା : ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି। ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ସମେତ ମାଓ ସାମଗ୍ରୀ ଉଦ୍ଧାର କରିଥିବା ସୂଚବା ମିଳିଛି।

ଖବର ଅନୁଯାୟୀ ସିଆରପିଏଫ କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ଵାବଧାନରେ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂହଙ୍କ ନେତୃତ୍ୱରେ ମାଓ ଶିବର ଉପରେ ଚଢଉ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଥିବା ମାଓ କ୍ୟାମ୍ପରୁ ଗୁଳି, ଗୋଳା, ବାରୁଦ, ବନ୍ଧୁକ ଜବତ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।