Breaking Newsଅପରାଧ

ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ବାଲିଗୁଡା : ମାଓବାଦୀ ନାମରେ ଧରାକୋଟ ପଞ୍ଚାୟତର ଜିଆରଏସକୁ ମୋବାଇଲରେ ଧମକ ଦେବା ଅଭିଯୋଗରେ ପୋଲିସ ହାରଣ ବିସି ମାଝିକୁ ଗିରଫ କରିଛି।

କୋଟଗଡ ଥାନା ଅଧିକାରୀ ହାରୋମନି ନାୟକ ସୂଚନା ଅନୁଯାୟୀ ଧରାକୋଟ ଗ୍ରାମପଞ୍ଚାୟତର ଜିଆରଏସ ଉତ୍ତମ ଉଠାଣ ସିଂଙ୍କୁ ଗୁମପଦର ଗାଁର ହାରଣ ବିସି ମାଝି ନାମକ ଜଣେ ଯୁବକ ମାଓବାଦୀ ନାମରେ ଧମକଚମକ ଦେଇଥିଲା। ସେ ଟଙ୍କା ମାଗିବା ସହ ଜୀବନରୁ ମାରିଦେବାକୁ ଦେଉଥିଲା ଧମକ। ଏପରିକି ଜିଆରଏସଙ୍କ ଘର ଆଗରେ ଏକ ଲାଲ ରଙ୍ଗ କନାରେ ମୁଁ କହିବା ଅନୁଯାୟୀ କାମକର ନଚେତ ଜୀବନରୁ ମାରିଦେବି ବୋଲି ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା। ଜିଆରଏସ ଉତ୍ତମ କୋଟଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅନୁସନ୍ଧାନ କରି ଅଭିଯୁକ୍ତକୁ ଧରିବା ସହିତ କୋର୍ଟ ଚାଲାଣ କରିଥିବା ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button