ମାଓବାଦୀଙ୍କ ନାଁରେ ଚାନ୍ଦା ମାଗି ୩ ଗିରଫ

ଜୟପାଟଣା : ମାଓବାଦୀଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ତିନିଜଣ ଗିରଫ ହୋଇଛନ୍ତି। ଏମାନେ ହେଲେ ଦେବ ପ୍ରସାଦ ନାଏକ, ଗଙ୍ଗା ରାମ ବେମାଲ ଓ ଚନ୍ଦ୍ର ରାଉତ।

ଖବର ଅନୁଯାୟୀ ଏ ତିନି ନକଲି ମାଓବାଦୀ ପୁଝାରୀଗୁଡାର ବ୍ୟବସାୟୀ ତୁଲସୀରାମ ନାଏକଙ୍କୁ ଫୋନରେ ଧମକ ଦେଇ ଆସୁଥିଲେ। ଦାବି କରିଥିଲେ ୧୦ ଲକ୍ଷ ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୭୦ ହଜାର ନେଇ ସାରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପାଇଁ ଯୋଗାଯୋଗ ସମୟରେ ସନ୍ଦେହ ହେବାରୁ ତୁଲସୀରାମ ଥାନାରେ ଅଭିଯୋଗ କରିବାରୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।