ମାର୍ଚ୍ଚ ୩୦ରେ ସାମସଙ୍ଗ ଲଞ୍ଚ କରିବ ୫ଜି ମୋବାଇଲ ଫୋନ୍

ନୂଆଦିଲ୍ଲୀ : ଏବେ ୫ଜି ମୋବାଇଲର ଚାହିଦା ବାଢୁଛି। ଏହାକୁ ଦେଖି ମୋବାଇଲ କମ୍ପାନୀମାନେ ୫ଜି ମୋବାଇଲ ବଜାରକୁ ଛାଡ଼ିଛନ୍ତି। ସେହି କ୍ରମରେ ସାମିଲ୍ ହୋଇଛି ଲୋକପ୍ରିୟ ମୋବାଇଲ କମ୍ପାନୀ ସାମସଙ୍ଗ। ମାର୍ଚ୍ଚ ୩୦ରେ ସାମସଙ୍ଗ ଗାଲାକ୍ସି ଏସ୨୦ ଏଫଇ ମଡେଲ ଲଞ୍ଚ କରିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି। ଏହି ମୋବାଇଲ ଫୋନ୍ ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ୟୁରୋପ ବଜାରରେ ବିକ୍ରି ଆରମ୍ଭ ହୋଇଛି।

ସାମସଙ୍ଗ ସାମସଙ୍ଗ ଗାଲାକ୍ସି ଏସ୨୦ ଏଫଇ ୫ଜି ମଡେଲ ମୋବାଇଲରେ ହାଇ କ୍ୱାଲିଟିର କ୍ୟାମେରା o ପୋର୍ଟେଟ ମୋଡ ରହିଛି। ଏଥିସହ ରହିଛି ପ୍ରୋ ମୋଡ କ୍ୟାମେରା। ଯାହାକି ସାମସଙ୍ଗ ଗାଲାକ୍ସିର ଏସ୨୧ ସିରିଜରେ ଏହି ଫିଚର ରହିଛି।

ସାମସଙ୍ଗର ସାମସଙ୍ଗ ଗାଲାକ୍ସି ଏସ୨୦ ଏଫଇ ୫ଜିରେ ୬.୫ ଇଞ୍ଚର ଏଚଡି ଡିସପ୍ଲେ ସହିତ ୧୦୮୦*୨୪୦୦ ପିକ୍ସେଲ ରଜୋଲ୍ୟୁସନ ରହିଛି। ଏହି ସ୍ମାର୍ଟଫୋନରେ ରହିଛି ଅକ୍ଟା କୋର କ୍ଲାଲକୋମ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୮ଜିବି ରାମ୍ ଓ ୨୫୬ ଜିବି ଇଣ୍ଟରନାଲ ମେମୋରୀ। ମୋବାଇଲ ଆଣ୍ଡ୍ରୋଏଡ ୧୦ ଅପରେଟିଂ ସିଷ୍ଟମ ଓ ଅପଟିକାଲ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାର ଆଉ ଏକ ବିଶେଷତଃ ହେଲା ଧୂଳି ଓ ପାଣି ଦ୍ୱାରା ମୋବାଇଲ ପ୍ରଭାବିତ ହେବ ନାହିଁ। ମୋବାଇଲରେ ୪୫୦୦ଏମଏଏଚ ବ୍ୟାଟେରୀ ଓ ୨୫ ଓ୍ୱାଟର ଫାଷ୍ଟ ଚାର୍ଜିଂ କ୍ଷମତା ଏବଂ ଓ୍ୱେୟାରଲେସ ପାଓ୍ୱାର ଶେୟାର ବ୍ୟବସ୍ଥା ରହିଛ।

Leave a Reply

Your email address will not be published. Required fields are marked *

Back to top button