ମାର୍କେଟ୍ ବିଲଡିଂ ୪୮ ଘଣ୍ଟା ପାଇଁ ସିଲ

ଭୁବନେଶ୍ଵର : କୋଭିଡ ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବରର ପ୍ରମୁଖ ବ୍ୟବସାୟସ୍ଥଳୀ ମାର୍କେଟ ବିଲଡିଂକୁ ଆଜି ଭୁବନେଶ୍ୱର ମହାନଗର ନିଗମ ଓ କମିଶନରେଟ୍ ପୋଲିସ ୪୮ ଘଣ୍ଟା ପାଇଁ ସିଲ କରିଛନ୍ତି। ମାର୍କେଟ ବିଲଡିଂକୁ ଯାଉଥିବା ଲୋକମାନେ କଟକଣା ମାନୁନଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ଭୁବନେଶ୍ଵର ମହାନଗର ଅଞ୍ଚଳରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨୫ଟି ସ୍ଥାନୀୟ ସଂକ୍ରମଣ ରହିଛି। ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ଲୋକମାନେ ନିୟମ ସଠିକଭାବେ ପାଳନ କରୁନାହାନ୍ତି। ଏପରି ସ୍ଥିତି ଜାରି ରହିଲେ ଆମେ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସତର୍କ କରାଇଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button