ମସଜିଦ ନଥିବା ଦେଶ

ବିଶ୍ଵରେ ଅନେକ କଥା ରହିଛି ଯାହା ସମସ୍ତଙ୍କୁ ଜଣାନାହିଁ। ସେହିପରି ମସଜିଦ ନଥିବା ଦେଶ ମଧ୍ୟ ରହିଛି। କିନ୍ତୁ ସେ ଦେଶରେ ମୁସଲମାନମାନେ ବସବାସ କରୁଛନ୍ତି। ଏହି ଦଶଟି ହେଲା ସ୍ଲୋଭାକିଆ। ଯେଉଁଠାରେ ମସଜିଦ ନିର୍ମାଣ ପାଇଁ ଅନୁମତି ନାହିଁ। ୟୁରୋପୀୟ ୟୁନିଅନର ଏଇ ଗୋଟିଏ ମାତ୍ର ଦେଶ ଯେଉଁଠି ମସଜିଦ ନିର୍ମାଣ କରାଯାଇ ପାରିନାହିଁ।
ସାଧାରଣତଃ ସ୍ଲୋଭାକିଆର ମୁସଲମାନମାନେ ତୁର୍କ ଓ ଉଗର। ସେମାନେ ୧୭ ଶତାବ୍ଦୀରୁ ରହିଆସୁଛନ୍ତି। ୨୦୧୦ରେ ସ୍ଲୋଭାକିଆରେ ମୁସଲମାନଙ୍କ ଜନସଂଖ୍ୟା ଥିଲା ପ୍ରାୟ ପାଞ୍ଚ ହଜାର। ବିଳମ୍ବରେ ହେଲେ ମଧ୍ୟ ସ୍ଲୋଭାକିଆ ୟୁରୋପୀୟ ୟୁନିଅନର ସଦସ୍ୟ ହୋଇଛି।ଏ ଦେଶରେ ମସଜିଦ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ୨୦୦୦ ମସିହାରେ ସ୍ଲୋଭାକିଆର ରାଜଧାନୀରେ ଏକ ଇସଲାମିକ କେନ୍ଦ୍ର ଗଠନକୁ ନେଇ ବିବାଦ ଦେଖାଦେଇଥିଲା। ବ୍ରାଟିସିଓଭା ମେୟର ସ୍ଲୋଭାକିଆ ଇସଲାମିକ ୱାକଫ ଫାଉଣ୍ଡେସନର ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିପରି ୨୦୧୬ ନଭେମ୍ବର ୩୦ରେ ସ୍ଲୋଭାକିଆ ଏକ ଆଇନ ପ୍ରଣୟନ କରି ଇସଲାମକୁ ସରକାରୀ ଧର୍ମର ମାନ୍ୟତା ଦେବାକୁ ବାରଣ କରିଥିଲା।