ମସଜିଦ୍‌ରେ ହନୁମାନ ଚାଳିଶା ପାଠକରି ୪ ଗିରଫ

ମଥୁରା : ଉତ୍ତର ପ୍ରଦେଶ ମଥୁରାର ନନ୍ଦବାବା ମନ୍ଦିରରେ ଦୁଇଜଣ ମୁସଲିମ ନମାଜ ପାଠ କରିଥିଲେ। ଏହାର ଦିନ କେଇଟା ପରେ ଦୁଇଜଣ ହିନ୍ଦୁ ଯୁବକ ମସଜିଦରେ ହନୁମାନ ଚାଳୀଶା ପାଠ କରିଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ମଥୁରା ସ୍ଥିତ ଗୋବର୍ଦ୍ଧନ ଇଦଗାରେ ଚାରି ଯୁବକ ହନୁମାନ ଚାଳିଶା ପାଠ କରିଥିଲେ। ମଙ୍ଗଳବାର ସକାଳେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଯୁବକଙ୍କୁ ଗିରଫ କରିଛି। ଶାନ୍ତିଭଙ୍ଗ ଧାରା ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଥିବା ବେଳେ ଅଭିଯୁକ୍ତଙ୍କମାନେ କହିଛନ୍ତି ଭାଇଚାରା ବଢାଇବା ପାଇଁ ସେମାନେ ମସଜିଦକୁ ହନୁମାନ ଚାଳିଶା ପଢିବାକୁ ଯାଇଥିଲେ।

ଏହା ପୂର୍ବରୁ ଦୁଇଜଣ ମୁସଲିମ ଯୁବକ ଫୈଜଲ ଖାନ ଓ ଚାନ୍ଦ ମହମ୍ମଦ ନନ୍ଦଗାଓଁ ସ୍ଥିତ ନନ୍ଦବାବା ମନ୍ଦିର ପରିସରରେ ନଜାମ ପଢିଥିଲେ। ଏହାର ଫଟୋ ଭାଇରାଲ ହେବାରୁ ୟୁପି ପୋଲିସ ସେମାନଙ୍କୁ ଅଟକ ରଖିଥିଲା।

ମତାମତ ଦିଅନ୍ତୁ ।