Breaking Newsରାଜ୍ୟ

ମାସ୍କ ନ ପନ୍ଧିଲେ ୫ ହଜାର ପର୍ଯ୍ୟନ୍ତ ତଣ୍ଡ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲଂଘନ କାରୀଙ୍କୁ ଏଣିକି ଅଧିକ ତଣ୍ଡ ଗଣିବାକୁ ପଡିବ। ପ୍ରଥମ ଦୁଇଥର ଭୁଲ ପାଇଁ ଏକ ହଜାର ଓ ଏହାପରେ ୫ ହଜାର ଆଦାୟ କରାଯିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏହି ସୂଚନା ଦେଇଛନ୍ତି।

ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ବାହାଘର ଗାଇଡଲାଇନ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ବାହାଘର ମଣ୍ଡପକୁ ସିଲ୍ କରାଯିବ। ୧୦ ହଜାର ଟଙ୍କା ଜୋରିମାନା ରାଶିକୁ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ବୃଦ୍ଧି କରାଯିବ। ସାମାଜିକ ଦୂରତା ଭାଙ୍ଗୁଥିବା ଦୋକାନକୁ ସିଲ କରାଯିବ। ପ୍ରଥମ ଥର ନିମୟ ଭାଙ୍ଗିଲେ ଜୋରିମାନା ଓ ଏକ ସପ୍ତାହ ସିଲ୍ କରାଯିବ। ଦ୍ୱିତୀୟ ଥର ନିୟମ ଭଙ୍ଗ କଲେ ଦୋକାନ ମାସେ ସିଲ୍ ଓ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ।

ଶ୍ରୀ ତ୍ରିପାଠୀ କହିଛନ୍ତି ଲୋକଙ୍କ ଜୀବନ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆମର ମୃତ୍ୟୁ ହାର ସାରା ଭାରତରେ ସର୍ବନିମ୍ନ। ଆରୋଗ୍ୟ ହାର ବେଶୀ। ଯୁଦ୍ଧର କେଉଁ ସ୍ଥାନରେ ପହଞ୍ଚିଛୁ ଏବେ କହିବା ଠିକ ହେବନି। ତେବେ ଯୁଦ୍ଧର ଫଳାଫଳ ଉତ୍ସାହଜନକ ଥିବା ଆମେ ଦେଖୁଛୁ। ଏହା ଏକ ଚାଲେଞ୍ଜିଂ ରୋଗ, ପରିଚାଳନା କରିବାକୁ ବହୁ ସମସ୍ୟା ରହୁଛି। ଆମେ ଧୀରେଧୀରେ କଟକଣା ହଟାଉଛୁ, ଟ୍ରେନ ଚଳାଚଳ କଲାଣି। ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଓଡ଼ିଶାକୁ ଆସୁଛନ୍ତି। ଜୀବନ ଜୀବିକାକୁ ସ୍ୱାଭାବିକ କରିବାକୁ ଆମକୁ କୋହଳ କରିବାକୁ ପଡ଼ିବ। ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି। ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button