ମାସ୍କ ନ ପିନ୍ଧିଲେ ୧୦ ହଜାର ତଣ୍ଡ

ଲକ୍ଷ୍ନୌ : କରୋନା ସଂକ୍ରମଣ ବଢ଼ୁଥିବାରୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରତି ରବିବାର ରାଜ୍ୟରେ ଲକଡାଉନ କଟକଣା ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଆଉ ସବୁ ବନ୍ଦ ରହିବ। ମାସ୍କ ପିନ୍ଧିବା ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଅମାନିଆଙ୍କ ଠାରୁ ଦୁଇଗୁଣ ଅର୍ଥ ଆଦାୟ ହେବ। ମାସ୍କ ନପିନ୍ଧି ହଜାରେ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ଯଦି ଦ୍ୱିତୀୟ ଥର କୌଣସି ବ୍ୟକ୍ତି ବିନା ମାସ୍କରେ ଧରା ପଡ଼ନ୍ତି ତେବେ ଆଦାୟ ହେବ ୧୦ ଗୁଣ ଅଧିକ ଜରିମାନା ଅର୍ଥାତ ୧୦ ହଜାର ଟଙ୍କା। ର ଜୋରିମାନା ଆଦାୟ କରାଯିବ ବୋଲି ସରକାର କହିଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଏଣିକି ରବିବାର ସବୁ ସହର ଓ ଗ୍ରାମାଞ୍ଚଳରେ ଲକଡାଉନ ପାଳନ କରାଯିବ। କେବଳ ସାନିଟେସନ, ସାନିଟାଇଜେସନ ଓ ଜରୁରୀ ସେବାକୁ ଲକଡାଉନ ବେଳେ ଅନୁମତି ମିଳିବ। ଏନେଇ ଆବଶ୍ୟକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ। ଲୋକମାନେ ସହଯୋଗ କରିବାକୁ ଏଥିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button