ମାସ୍କ ନପିନ୍ଧିଲେ ଦୁଇ ହଜାର ତଣ୍ଡ

0

ଭୁବନେଶ୍ୱର : କରୋନା ପାଇଁ ସତର୍କତା ଅବଲମ୍ବନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ କହିଥିଲେ ଏଣିକି ମାସ୍କ ନପିନ୍ଧିଲେ ଡବଲ୍ ଜରିମାନା ଦେବାକୁ ପଡ଼ିବ। ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଜଣେ ବ୍ୟକ୍ତି ପ୍ରଥମ ଓ ଦ୍ୱିତୀୟଥର ବିନା ମାସ୍କରେ ଧରା ପଡ଼ିଲେ ଦୁଇ ହଜାର ଟଙ୍କା ତଣ୍ଡ ଗଣିବେ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟଥର ପାଇଁ ୧ ହଜାର ଟଙ୍କା ଜରିମାନା ରହିଥିଲା।

Leave A Reply

Your email address will not be published.