ମାସ୍କ ନପିନ୍ଧିଲେ କୋଭିଡ ସେଣ୍ଟରରେ ୧୫ ଦିନ ସେବା ଯୋଗାଇବେ

ଅହମଦାବାଦ : ଗୁଜୁରାଟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଖି ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କୁ କୋଭିଡ୍‌ କମ୍ୟୁନିଟି ସେଣ୍ଟରରେ ନନ୍‌ ମେଡିକାଲ୍‌ ବିଭାଗକୁ ୧୦-୧୫ ଦିନ କାର୍ଯ୍ୟ କରିବାକୁ ପଠାଅ ବୋଲି ରାଜ୍ୟ ସରକାରଙ୍କୁ କହିଛନ୍ତି। ଯାହାଫଳରେ ଅମାନିଆମାନେ ଭୟଭୀତ ହୋଇ ଦିନ ସାରା ମାସ୍କ ପିନ୍ଧିବେ। ଏଥିସହ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜବାବ ଦେବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ମାସ୍କକୁ ନେଇ ଗୁଜୁରାଟ ହଇକୋର୍ଟରେ ଆବେଦନ କରଯାଇଥିଲା। ଆବେଦନକାରୀ ଦର୍ଶାଇଥିଲେ ଲୋକ ମାସ୍କ ପିନ୍ଧୁନାହାନ୍ତି। ତେଣୁ ଅହମଦାବାଦ, ସୁରଟ ଓ ଭଦୋଦରାରେ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯାଉ। ରାଜ୍ୟର ଅନ୍ୟ ସହରରେ ୧୦୦୦ ଟଙ୍କା ଜରିମାନା ଆଦାୟ ହେଉଥିବାରୁ ଫାଇନ୍‌ ପରେ ମଧ୍ୟ ଲୋକେ ନିୟମ ମାନୁ ନାହାନ୍ତି। ତାଙ୍କୁ କୋଭିଡ୍‌ ସେଣ୍ଟରରେ ଡ୍ୟୁଟି କରିବାକୁ ପଠାଯାଉ। ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ କୋଭିଡ୍‌ ସେଣ୍ଟରରେ ଡ୍ୟୁଟି କରିବା ନେଇ ରାୟ ଶୁଣାଇଛନ୍ତି।

ମତାମତ ଦିଅନ୍ତୁ ।