ମାସ୍କ ନପିନ୍ଧିଲେ ଫାଇନ୍‌ : ନଚେତ୍‌ ରାସ୍ତାରେ ଝାଡ଼ୁ ମାରିବେ

ମୁମ୍ବାଇ : କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲଂଘନ କଲେ ବିଭିନ୍ନ ରାଜ୍ୟରେ ଫାଇନ୍‌ ଦେବାର ନିୟମ କରାଯାଇଛି। କିନ୍ତୁ ମହାରାଷ୍ଟ୍ରର ମୁମ୍ବାଇରେ ଏଥିସହ ଯୋଡ଼ାଯାଇଛି ଝାଡୁ ମାରିବା ବ୍ୟବସ୍ଥା। ବିଏମସି ଅଧିନରେ ଆସୁଥିବା ବିଭିନ୍ନ ୱାର୍ଡରେ ଲୋକଙ୍କୁ ମାସ୍କ ନପିନ୍ଧିବାକୁ ସଚେତନ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଆଦାୟ ହେଉଛି ୨୦୦ ଟଙ୍କା ଫାଇନ୍‌। ହେଲେ କୌଣସି ବ୍ୟକ୍ତି ଯଦି ଫାଇନ୍‌ ଦେବାକୁ ଅସମର୍ଥ ତେବେ ସେମାନଙ୍କୁ ସାମାଜିକ କାର୍ଯ୍ୟ ଅର୍ଥାତ ରାସ୍ତାରେ ଝାଡ଼ୁ ମାରିବାକୁ ପଡ଼ୁଛି।

କେ-ୱେଷ୍ଟ ୱାର୍ଡରେ ଅଧିକାଂଶ ଲୋକେ ମାସ୍କ ପିନ୍ଧି ନଥିବାରୁ ରାସ୍ତାରେ ଘଣ୍ଟା ଘଣ୍ଟା ଝାଡ଼ୁ ମାରୁଥିବା ଦେଖିବାକୁ ମିଳିଥିଲା। ଯେଉଁମାନେ ମାସ୍କ ନପିନ୍ଧି ଅଧିକାରୀଙ୍କ ସହ ଝଗଡ଼ା କରୁଛନ୍ତି ସେମାନଙ୍କ ପାଖରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଯେଉଁମାନେ ଜରିମାନା ଦେବାକୁ ମନା କରୁଛନ୍ତି ସେମାନଙ୍କୁ ଝାଡ଼ୁ ମାରିବାକୁ ନିର୍ଦେଶ ଦିଆଯାଉଥିବା ଜଣେ ବିଏମସି ଅଧିକାରୀ କହିଛନ୍ତି। ଏବେସୁଦ୍ଧା ସେଠରେ ୩୫ ଜଣ ମାସ୍କ ପିନ୍ଧି ନଥିବା ଲୋକ ରାସ୍ତା​‌ରେ ଝାଡ଼ୁ ମାରିଛନ୍ତି। ପ୍ରଥମେ ସେମାନେ ଝାଡ଼ୁ ମାରିବାକୁ ଅରାଜ ହୋଇଥିଲେ। କିନ୍ତୁ ପୋଲିସର କାର୍ଯ୍ୟନୁଷ୍ଠାନ ଭୟରେ ରାଜି ହୋଇଥିଲେ।

ମତାମତ ଦିଅନ୍ତୁ ।