ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ମାଡ଼ : ଭିଡିଓ ଭାଇରାଲ୍‌‌

ଭଦ୍ରକ : ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ମାଡ଼। ହତ୍ୟା ଉଦ୍ୟମ ଦଫା ଲଗାଇ ତାଙ୍କୁ ପୋଲିସ ଗିରଫ କରିଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ମାଡ଼ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଖବର ଅନୁଯାୟୀ ଆରଡ଼ି ଫାଣ୍ଡି ଅନ୍ତର୍ଗତ ବେତାଳିଗାଁର ଶୁଭରଞ୍ଜନ ମେକାପ ଗତ ଶନିବାର ମନ୍ଦିର ଯାଉଥିଲେ। ସେ ମାସ୍କ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ଅଟକାଇ ଫାଇନ୍‌ କରିଥିଲେ। ସେ ଫାଇନ୍‌ ନଦେବାରୁ ଏହାକୁନେଇ ଯୁକ୍ତିତର୍କ ହୋଇଥିଲା। ଶୁଭରଞ୍ଜନ ମୋବାଇଲ ବାହାର କରିବାରୁ ୫/ ୬ ଜଣ ପୋଲିସ କର୍ମଚାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ମୋବାଇଲ୍ ଛଡ଼ାଇ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ଫାଣ୍ଡି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତି ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଫାଇନ୍‌ କଟିବାରୁ ରସିଦ୍‌ ବହି ଚିରି ଦେବାକୁ ଉଦ୍ୟମ କରିବା ସହିତ ଟେକା ପଥର ମାଡ଼ କରିବାରୁ ଆମ କର୍ମଚାରୀମାନେ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେଲୁ।

Leave a Reply

Your email address will not be published. Required fields are marked *

Back to top button