ମାସ୍କ ପିନ୍ଧିନଥିବାରୁ ପୋଲିସର ମାଡ

ଝାରସୁଗୁଡ଼ା : ସଟ୍‌ଡାଉନ୍‌ କଟକଣା ସମୟରେ ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିବା ଯୁବକଙ୍କୁ ପୋଲିସର ପ୍ରବଳ ମାଡ଼। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏବେ ଜଣାପଡ଼ିଛି ଘଟଣାଟି ଝାରସୁଗୁଡ଼ା ସହରର।

ଖବର ଅନୁଯାୟୀ ସପ୍ତାହେ ତଳେ ଝାରସୁଗୁଡ଼ାରେ ସଟଡାଉନ୍‌ କଟକଣା ଲାଗୁ ହୋଇଥିଲା। ଏହି ସମୟରେ ପୋଲିସ ଓ ମାଜିଷ୍ଟ୍ରେଟ ଚେକିଂ ଚାଲୁଥିବା ବେଳେ ସନ୍ତୋଷ ଯାଦବ ନାମକ ବସ୍‌ ମାଲିକଙ୍କ ପୁଅ ନିଜ ବସ୍‌ ନିଷୟରେ ବୁଝିବାକୁ ବସଷ୍ଟାଣ୍ଡ ଆସିଥିଲେ। ସେଠାରେ ପୋଲିସ୍‌ ତାଙ୍କୁ ଧରି ବିନା ମାସ୍କରେ କାହିଁକି ବୁଲୁଛ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ପୋଲିସ ସେଇ ଯୁବକଙ୍କୁ ଚାପୁଡା ମାରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଘଟଣାର ସମାଧାନ ହୋଇଥିଲା। ଏବେ ଭିଡ଼ିଓ ଭାଇରାଲ ହେବାରୁ ପୋଲିସ୍‌ ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି। କୁହାଯାଇଛି ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମତାମତ ଦିଅନ୍ତୁ ।