ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ଉପରେ କଟକଣା

0

ନୂଆଦିଲ୍ଲୀ : ଏଣିକି ମତଦାନ ଦିବସର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ହୋଇପାରିବ ନାହିଁ। ଏହା ଉପରେ ଆଜି ନିର୍ବାଚନ କମିସନ ନିଷେଧାଦେଶ ଜାରି କରିଛନ୍ତି।

ଖବର ଅନୁଯାୟୀ ଆଗାମୀ ୨୭ ତାରିଖ ଠାରୁ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରିର ନିର୍ବାଚନ ହେବ। ସେଥିପାଇଁ ବାଇକ୍‌ ରାଲିକୁ ବିରୋଧ କରି ଆସିଥିବା ରିପୋର୍ଟ ଓ ପ୍ରସ୍ତାବ ଉପରେ ବିଚାର କରିବା ପରେ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି ମତଦାନ ତାରିଖର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ବାଇକ୍‌ ରାଲିକୁ ଅନୁମତି ଦିଆଯିବ ନାହିଁ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଦିଆଯାଇଛି। ଏଥିରେ ଦର୍ଶାଇଛନ୍ତି କେତେକ ସ୍ଥାନରେ ବାଇକ୍‌ ସମାଜ ବିରୋଧୀ ଉପାଦାନମାନଙ୍କ ଦ୍ୱାରା ବ୍ୟବହୃତ ହୁଏ। ତେଣୁ ମତଦାନ ଦିନ କିମ୍ବା ମତଦାନର ଅବ୍ୟବହିତ ପୂର୍ବରୁ ବାଇକ୍‌ ରାଲି ନାମରେ ଭୋଟରଙ୍କୁ ଭୟଭୀତ କରାଯିବାର ଆଶଙ୍କା ଓ ସମ୍ଭାବନା ରହିଛି। ଏହାଛଡା ରାଜନୈତିକ ଦଳ ଓ କମିସନଙ୍କ ପର୍ଯ୍ୟବେକ୍ଷକଙ୍କ ସମେତ ସମ୍ପୃକ୍ତ ସମସ୍ତ ହିତାଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଦେଇଛନ୍ତି।

Leave A Reply

Your email address will not be published.