Breaking Newsରାଜ୍ୟ

ମାଟ୍ରିକ୍ ଓ ଯୁକ୍ତଦୁଇ ପରୀକ୍ଷା ଅଫଲାଇନ୍‌ରେ ହେବ

ଭୁବନେଶ୍ୱର : ରାଜ୍ୟରେ ମାଟ୍ରିକ୍ ଓ ଯୁକ୍ତ+୨ ପରୀକ୍ଷା ଅଫଲାଇନ୍‌ରେ ହେବ। ଆଜି ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ଓଡିଶାରେ ପରୀକ୍ଷା ହେବ। ଏହାକୁ ନେଇ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ। ପରୀକ୍ଷା ବିଳମ୍ବରେ ହେଲେ ମଧ୍ୟ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ। ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି ସେ କହିଛନ୍ତି।

2 Comments

ମତାମତ ଦିଅନ୍ତୁ ।

Back to top button