ମାଟ୍ରିକ ପରୀକ୍ଷାକୁ ନେଇ ନକଲି ଟୁଇଟର ଆକାଉଣ୍ଟରେ ମିଥ୍ୟା ସୂଚନା

0

ଭୁବନେଶ୍ଵର : ଆସନ୍ତା ଜୁନ ୧୪ ତାରିଖରେ ମାଟ୍ରିକ ପରୀକ୍ଷା ହେବ। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ନିଷ୍ପତ୍ତି ନିଆଯାଇଛି ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ ପର୍ଯ୍ୟନ୍ତ ହେବ। କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସ୍ପଷ୍ଟ କରିଛନ୍ତି। ନିଜ ଅସଲି ଟୁଇଟର ଆକାଉଣ୍ଟରେ ନକଲି ଟୁଇଟର ଆକାଉଣ୍ଟରେ ହୋଇଥିବା ଟୁଇଟର ସ୍କ୍ରିନସଟ ନେଇସେୟାର କରି ଲେଖିଛନ୍ତି କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ୍‌ ଖୋଲି ଏସବୁ ମିଥ୍ୟା ପ୍ରଚାର କରୁଥିବା ନଜରରେ ଆସିଛି। ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.