ମୟୁରଭଞ୍ଜ : ଫୁଲଗୁନ୍ଥା ନିକଟରେ ଦୁର୍ଘଟଣା, ୩ ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରୋରୁଁଆ ଥାନା ଅନ୍ତର୍ଗତ ଫୁଲଗୁନ୍ଥା ନିକଟ ସଡକ ଦୁର୍ଘଟଣାରେ ଆଜି ତିନି ଜଣଙ୍କର ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ ଏକ ସ୍କୁଟିରେ କରଞ୍ଜିଆ ମେଡିକାଲ ଆସୁଥିବା ୩ ଜଣଙ୍କୁ ଫୁଲଗୁନ୍ଥା ନିକଟରେ ଏକ ଟ୍ରଲର ଧକ୍କା ଦେଇଥିଲା। ସେମାନେ ଟ୍ରଲର ଚକା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକମାନେ ହେଲେ ଛୁଟୁନ ମୁଣ୍ଡା, ସୁରସିଂ ମୁଣ୍ଡା ଓ ଗୁରୁଚରଣ ମୁଣ୍ଡା।

ମତାମତ ଦିଅନ୍ତୁ ।