ମେ ୧୫ ଯାଏଁ ଶ୍ରୀମନ୍ଦିରେ ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ। ଆଜି ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାକୁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଖବର ଅନୁଯାୟୀ କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ସେବାୟତ ପ୍ରସ୍ତାବ ଦେଇଥିଲେ। ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ ବୋଲି କୁହାଯାଇଥିଲା। ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ପରମ୍ପରା ଅନୁସାରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ। ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ। ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟନ୍ତ ମାସ୍କ ଓ ସାନିଟାଇଜର କିଣାଯିବ।

Leave a Reply

Your email address will not be published. Required fields are marked *

Back to top button