ମେ’ ୩ ଯାଏ ବଢିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏହି କଟକଣା ମେ’ ୩ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଦିଲ୍ଲୀରେ ଲକଡାଉନ୍ ଏପ୍ରିଲ ୧୯ ରାତି ୧୦ଟାରୁ ଲାଗୁ ହୋଇଥିଲା। ଯାହାର ଅବଦ୍ଧି ଏପ୍ରିଲ ୨୬ ସକାଳ ୫ଟାରେ ଶେଷ ହେବାକୁ ଯାଉଛି। ତେଣୁ ଗୋଟିଏ ଦିନ ପୂର୍ବରୁ କେଜ୍ରିୱାଲ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଏବେ ଦିଲ୍ଲୀରେ କରୋନା ପଜିଟିଭ ହାର ୩୨ ପ୍ରତିଶତ ଉପରେ ରହିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସଂକ୍ରମଣ ରୋକିବାକୁ ଲକଡାଉନ୍ ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

Leave a Reply

Your email address will not be published. Required fields are marked *

Back to top button