ମେ ୩ ଓ ୪ରେ ଦୋକାନ ୨ଟା ପରେ ବନ୍ଦ ହେବନି

ଭୁବନେଶ୍ୱର : ଆସନ୍ତାକାଲି ଓ ଓ ୪ ତାରିଖ ଅପରାହ୍ନ ୨ଟା ପରେ ଦୋକାନ ବନ୍ଦ ହେବନି। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି। ତେଣୁ ସୋମ ଓ ମଙ୍ଗଳବାର ନାଇଟ୍‌ କର୍ଫ୍ୟୁ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି।

କରୋନା ମହାମାରୀ ବଢୁଥିବା କାରଣରୁ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା। ରାଜ୍ୟ ସରକାର ଆଜି ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିବା ପରେ ସୋମ ଓ ମଙ୍ଗଳବାର ନାଇଟ୍‌ କର୍ଫ୍ୟୁ ଜାରି ଯାଏ ଦୋକାନ ଖୋଲା ରହିବ ବୋଲି ବ୍ୟବସାୟ ସଂଘ କହିଛି।

Leave a Reply

Your email address will not be published. Required fields are marked *

Back to top button