ମେ’ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ଆଶଙ୍କା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କାରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ମେ’ ଦ୍ଵିତୀୟ ସପ୍ତାହ ବେଳକୁ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଆଇଆଇଟି କାନପୁରର ଗବେଷଣା ଅନୁସାରେ ଦେଶରେ ମେ’ ମାସରେ କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। କିନ୍ତୁ ରାଜ୍ୟରେ କରୋନା ପରୀକ୍ଷା କମ ହେଉନି କିମ୍ବା ଉପକରଣର ଅଭାବ ନାହିଁ। ଲୋକେ ଏବେ ନିଜେ ଆସି ପରୀକ୍ଷା କରାଉଛନ୍ତି। କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ହେଲେ ସାଧାରଣ କରୋନା ରୋଗୀଙ୍କ ପାଇଁ ଏହାର କୌଣସି ଆବଶ୍ୟକତା ନାହିଁ।

ସେ କହିଲେ ସରକାରୀ ସ୍ତରରେ ଆବଶ୍ୟକ ମୁତାବକ ମେଡିସିନ ଅଛି। ରାଜ୍ୟରେ ମଧ୍ୟ ଶଯ୍ୟାର ଅଭାବ ରହିବ ନାହିଁ। ୪ଟି ଲେଖାଏଁ ଜିଲ୍ଲାକୁ ନେଇ ଗୋଟିଏ ​‌ଅଞ୍ଚଳ କରାଯାଉଛି। ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ଶଯ୍ୟା ଯୋଗାଇ ଦିଆଯିବ। ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ଶଯ୍ୟାରେ ନ ରହି ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରି ହେଲେ ପ୍ରକୃତରେ ଆବଶ୍ୟକ ଲୋକଙ୍କୁ ଡାକ୍ତରଖାନା ଶଯ୍ୟା ମିଳିପାରିବ ବୋଲି ସେ କହିଛନ୍ତି। ଲୋକ ସତର୍କତା ଅବଲମ୍ବନ କଲେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ। ଏବେ ଶଯ୍ୟା କ୍ଷମତାର ମାତ୍ର ୨୫ରୁ ୩୦ ପ୍ରତିଶତରେ ରୋଗୀ ଅଛନ୍ତି। ଅବଶିଷ୍ଟ ଖାଲି ପଡ଼ିଛି। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button