ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ ହେବ

0

ଭୁବନେଶ୍ଵର : ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହେବ। କରୋନା କଟକଣା ମାନି ଧାନ ସଂଗ୍ରହ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।

ମାର୍ଗଦର୍ଶିକା ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଭିଡ଼ ଏଡାଇବା ପାଇଁ ଦିନକୁ ଗୋଟିଏ କେନ୍ଦ୍ରରେ ୩୦ରୁ ୩୫ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏହାଠାରୁ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଯିବ ନାହିଁ। ୧୦ରୁ ୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକ୍ରି ପାଇଁ ଆସିବାକୁ ସୂଚନା ଦିଆଯିବ। ଆବଶ୍ୟକ ପଡ଼ିଲେ ଅଧିକ ସଂଖ୍ୟକ ଧାନ ସଂଗ୍ରହ କେନ୍ଦ୍ର ଖୋଲଯିବ। ଜିଲ୍ଲାପାଳମାନେ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀ, ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.