ମେ’ ଶେଷଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

0

ନୂଆଦିଲ୍ଲୀ : ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। କରୋନା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି କଟକଣା ଲଗାଇଛି।

ଡିଜିସିଏ ପକ୍ଷରୁ ଜାରି ନିର୍ଦ୍ଦେଶନାମରେ କୁହାଯାଇଛି ଯଦି ଆବଶ୍ୟକ ହୁଏ ତେବେ କିଛି ଅନ୍ତର୍ଜାତୀୟ ମାର୍ଗରେ ବିମାନ ଚଳାଚଳ କରାଯାଇପାରିବ। ଏହାପୂର୍ବରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରଯାଇଥିଲା।

Leave A Reply

Your email address will not be published.