ମେଡିମିକ୍ସ ପକ୍ଷରୁ ଆୟୁର୍ବେଦିକ ହ୍ୟାଣ୍ଡ ୱାସ ଓ ସାନିଟାଇଜରର ଶୁଭାରମ୍ଭ

ଭୁବନେଶ୍ୱର : ନିକଟରେ ଆୟୁର୍ବେଦିକ ଯତ୍ନରେ ୫୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ମେଡିମିକ୍ସ ଏହାର ନୂତନ ଆୟୁର୍ବେଦିକ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜର୍ ଉତ୍ପାଦର ଶୁଭାରମ୍ଭ କରିଛି। ଏହି ହ୍ୟାଣ୍ଡ ୱାସର ସମ୍ଭାର ପ୍ରାକୃତିକ ଉପାଦାନ ଜରିଆରେ ୯୯.୯% ଜୀବାଣୁରୁ ସୁରକ୍ଷା ପ୍ରଦାନ କରିଥାଏ। ସମୟ କ୍ରମେ, ମେଡିମିକ୍ସ ଗ୍ରାହକମାନଙ୍କ ଠାରୁ ଅନେକ ବିଶ୍ୱାସ ଭାଜନ ହୋଇ ପାରିଛି ଓ ‘ପ୍ରାକୃତିକ ଉପାୟରେ ତ୍ୱଚା ଯତ୍ନ’ର ଅନ୍ୟ ନାମ ଭାବରେ ଜଣାଯାଉଛି। ବିଶେଷ କରି ସେହିସବୁ ଗ୍ରାହକମାନେ ଯେଉଁମାନେ ପ୍ରାକୃତିକ ତ୍ୱଚା ଯତ୍ନ ଉତ୍ପାଦ ବ୍ୟବହାର କରିବାକୁ ଆଗ୍ରହୀ ଅଟନ୍ତି। ଏଥିରେ ରହିଛି ଆୟୁର୍ବେଦର ଗୁଣଧର୍ମ, ଚାହିଦାର ବୃଦ୍ଧି ହେବା କାରଣରୁ ମେଡିମିକ୍ସ ବର୍ତମାନ ଏହାର ପୋର୍ଟଫୋଲିଓକୁ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜର୍‌କୁ ସଂପ୍ରସାରିତ କରିଛି।

ମେଡିମିକ୍ସ ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜର୍ ରେ ରହିଛି ପ୍ରାକୃତିକ ଉପାଦାନ ସମୂହ ଯଥା ଲେମ୍ବୁ, ତୁଳସୀ, ଆଲୋଭେରା, ନିମ୍ବ ଓ ହଳଦୀର ସମନ୍ୱୟ ଯାହାକି ୯୯.୯% ଜୀବାଣୁ ସୁରକ୍ଷା ପ୍ରଦାନ କରିଥାଏ। ଏହା ତ୍ୱଚା ଉପରେ କୋମଳ ଅଟେ ଓ ଏହାକୁ ସତେଜ, କୋମଳ ଓ ପରିଷ୍କାର କରିଥାଏ । ନୂତନ ମେଡିମିକ୍ସ ଆୟୁର୍ବେଦିକ ହ୍ୟାଣ୍ଡ ୱାସ ରେ ତିନିଟି ପ୍ରକାର ରହିଛି ଯଥା ନେଚର ଫ୍ରେସ (ଲେମ୍ବୁ, ତୁଳସୀ, ଆଲୋଭେରା ସହିତ), ନେଚର ସଫ୍ଟ (ନିମ, ହଳଦୀ, ଆଲୋଭେରା ସହିତ) ଓ ନେଚର କେୟାର (ନିମ, ତୁଳସୀ, ଆଲୋଭେରା ସହିତ) । ଏହାର ମୂଲ୍ୟ ହେଉଛି ୧୯୦ ମିଲି ପାଇଁ ଟ.୮୫, ୧୭୫ ମିଲିର ଦୁଇଟି ରିଫିଲ୍ ପ୍ୟାକ୍ ପାଇଁ ଟ.୯୦ ଓ ୭୫୦ ମିଲି ମେଗା ପ୍ୟାକର ମୂଲ୍ୟ ହେଉଛି ଟ.୧୧୦।

ନୂଆ ମେଡିମିକ୍ସ ଆୟୁର୍ବେଦ ହ୍ୟାଣ୍ଡ ସାନିଟାଇଜର୍ ରେ ରହିଛି ଦୁଇଟି ପ୍ରକାର ଯଥା : ନିମ୍‌, ତୁଳସୀ, ଆଲୋ ଭେରା ଓ ଲେମ୍ବୁ, ତୁଳସୀ, ଆଲୋ ଭେରା । ଏହାର ମୂଲ୍ୟ ହେଉଛି ୧୦୦ ମିଲି ପାଇଁ ଟ.୫୦, ୨୦୦ ମିଲି ପାଇଁ ଟ.୧୦୦, ୫୦୦ ମିଲି ପାଇଁ ଟ.୨୫୦ ଓ ୫ ଲିଟର ପାଇଁ ଟ.୨୫୦୦ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୁପାରିଶକ୍ରମେ, ଏହା ବିନା ପାଣିରେ ୯୯.୯ ପ୍ରତିଶତ ଜୀବାଣୁକୁ ମାରିଥାଏ । ନୂତନ ଭାବରେ ଶୁଭାରମ୍ଭ ହୋଇଥିବା ଉତ୍ପାଦଟି ସମସ୍ତ ମେଜର ଆଉଟଲେଟ୍ ଓ ଇକମର୍ସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି ।

ଚୋଲାଇଲ୍ ପ୍ରାଇଭେଟ ଲିମିଟେଡ୍ ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଚୋଲାଇଲ୍‌ କହଛନ୍ତି “ଆରମ୍ଭ ହେବା ଦିନ ଠାରୁ ଆମେ ଲୋକମାନଙ୍କର ଜୀବନକୁ ପ୍ରାକୃତିକ ଭାବରେ ବିଶ୍ୱଶ୍ରେଣୀୟ ବ୍ୟକ୍ତିଗତ ଓ ତ୍ୱଚାଯତ୍ନ ଉତ୍ପାଦ ଓ ସେବା ଜରିଆରେ ସଶକ୍ତ ଓ ସମୃଦ୍ଧ କରୁଛୁ । ବର୍ତ୍ତମାନ ହ୍ୟାଣ୍ଡ ୱାସ ଓ ସାନିଟାଇଜର୍ ସମସ୍ତଙ୍କର ଜୀବନର ଏକ ଅବିଚ୍ଛିନ୍ନ ଅଂଶ ରୂପେ ପରିଣତ ହୋଇଛି । ମେଡିମିକ୍ସ ହେଉଛି ଏକ ଦ୍ରୁତ କାର୍ଯ୍ୟକ୍ଷମ ଆୟୁର୍ବେଦିକ ଉତ୍ପାଦ ଯାହାକି ହ୍ୟାଣ୍ଡ ୱାସ ଓ ହ୍ୟାଣ୍ଡ ସାନିଟାଇଜରର ନୂତନ ସମ୍ଭାରକୁ ଆରମ୍ଭ କରିଛି ଓ ଏଥିରେ ରହିଛି ଆୟୁର୍ବେଦର ଗୁଣଧର୍ମ। ଆମେ ଆମର ଉତ୍ପାଦ ସମ୍ଭାରକୁ ସଂପ୍ରସାରିତ କରିଥିବାରୁ ବହୁତ ଖୁସି।

ଚୋଲାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ପରମ୍ପରାକୁ ୧୮ଶ ଶତାବ୍ଦୀରେ ଭାରତର ଜଣେ ସମ୍ମାନସ୍ପଦ ପରିବାର ଦ୍ୱାରା ସ୍ଥାପନ କରାଯାଇଥିଲା । ଏହା ଆୟୁର୍ବେଦ ଉପରେ ଆଧାରିତ । କମ୍ପାନୀ ପ୍ରକୃତି ଠାରୁ ପ୍ରେରଣା ଗ୍ରହଣ କରିଛି ଓ ଭାରତର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପରିଚିତ ଅଟେ । ଫ୍ଲାଗସିପ୍ ବ୍ରାଣ୍ଡ ମେଡିମିକ୍ସ ୧୯୬୯ ମସିହାରେ ସ୍ୱର୍ଗତ ଡ. ଭି.ପି. ସିଧନଙ୍କର ତତ୍ୱାବଧାନରେ ସ୍ଥାପିତ ହୋଇଥିଲା । ଆଜି, ଚୋଲାଇଲ୍ ପ୍ରାଇଭେଟ୍ ଲିିମିଟେଡ୍ ଦେଶର ବିଶ୍ୱସନୀୟ ଆୟୁର୍ବେଦିକ ବ୍ୟକ୍ତିଗତ ଯତ୍ନ ଉତ୍ପାଦ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଏହାର ଲୋକପ୍ରିୟ ଉତ୍ପାଦ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ମେଡିମିକ୍ସ, କ୍ୟୁଟିକ୍ୟୁରା, କ୍ରିଷ୍ଣା ତୁଳସୀ, ସଦାୟୁଶ ଆୟୁର୍ବେଦିକ କିଓର ଓ କେୟାର, ଡ. ସିଧନଙ୍କର ହର୍ବାଲ୍ ଫର୍ମୁଲେସନ ଓ ଜୁଲାହା (ହାତରେ ପ୍ରସ୍ତୁତ ସ୍ୱତନ୍ତ୍ର ଆୟୁର୍ବେଦିକ ଉତ୍ପାଦ) । କମ୍ପାନୀ ବର୍ତମାନ ଦ୍ୱିତୀୟ ପୀଢ଼ିର ଉଦ୍ୟୋଗୀ ପ୍ରଦୀପ ଚୋଲାଇଲ୍‌, ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି ଯେଉଁଥିରେ ରହିଛି ବ୍ରାଣ୍ଡ ଇକୁଇଟି ଦ୍ୱାରା ‘ଆୟୁର୍ବେଦିକ ସାବୁନ ବର୍ଗରେ ମେଡିମିକ୍ସ ନଂ ୧ର ମାନ୍ୟତା ମିଳିଛି । ଚୋଲାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ର ମଧ୍ୟ ବିଦେଶରେ ଉପସ୍ଥିତି ରହିଛି ଯଥା ଦୁବାଇ, ସାଉଦି ଆରବିଆ, ମାଲେସିଆ, ଚାଇନା, ଫ୍ରାନ୍ସ, ସିଙ୍ଗାପୁର, ଜର୍ମାନୀ, କାମ୍ବୋଡିଆ, ଦକ୍ଷିଣ କୋରିଆ, ଗୁଏଟମାଲା, ସ୍ୱିଡେନ, ୟେମେନ୍‌, ୟ.ଏସ୍‌.ଏ, ହଂକଂ, ମରିସସ୍ ଓ ଜାପାନ।

ମତାମତ ଦିଅନ୍ତୁ ।