ବଜେଟ ଅଧିବେଶନ ଆରମ୍ଭରୁ ସଦସ୍ୟଙ୍କ କକ୍ଷତ୍ୟାଗ

ଭୁବନେଶ୍ଵର : ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ତେବେ ଆରମ୍ଭରୁ ହିଁ ହଙ୍ଗାମା କରି କକ୍ଷତ୍ୟାଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ କକ୍ଷ ତ୍ୟାଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ହେଲେ ରାଜ୍ୟପାଳଙ୍କ ଅଭିଭାଷଣ  ଆରମ୍ଭ ହେବା ମାତ୍ରେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ ।  କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି,  ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ  ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ସୂଚନାଯୋଗ୍ୟ, ଆଜି  ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ   କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ  ବୋଲି କହିଥିଲେ। ଏହାବ୍ୟତୀତ  ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି   କହିଥିଲେ । ଏହି ଅବସରରେ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ  । ଏଥିସହ ରାଜ୍ୟପାଳ କହିଛନ୍ତି, କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହୋଇନି। ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ପ୍ରଦ୍ଧତି ଅବଲମ୍ବନ କରାଯାଉଛି । ସରକାର ୨୪ ଘଣ୍ଟିଆ  ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ । ଷ୍ଟାର୍ଟ୍-ଅପ୍‌ ଉନ୍ନତି ପାଇଁ ଷ୍ଟାର୍ଟ୍-ଅପ୍ ଓଡ଼ିଶା ଉପକ୍ରମ ଆରମ୍ଭ । ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି। ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *

Back to top button