‘ମେଟ୍ରୋ ମ୍ୟାନ୍‌’ ଶ୍ରୀଧରନ୍‌ କେରଳର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି)ର କେରଳ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ‘ମେଟ୍ରୋ ମ୍ୟାନ୍‌’ ଇ ଶ୍ରୀଧରନ୍‌। ତାଙ୍କ ନେତୃତ୍ୱରେ ବିଜେପି କେରଳ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ୮୮ ବର୍ଷୀୟ ଇ ଶ୍ରୀଧରନ୍‌ ଗତ ସପ୍ତାହରେ ବିଜେପିରେ ଯୋଗ ଦେବାପରେ ତାଙ୍କୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଇ ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍‌ କହିଛନ୍ତି ଦଳ ଖୁବ୍‌ ଶୀଘ୍ର କେରଳ ବିଧାନସଭାର ୧୪୦ ଆସନ ପାଇଁ ଅନ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ।

ଇ ଶ୍ରୀଧରନ ୧୯୩୨ ଜୁନ ୧୨ ତାରିଖରେ କେରଳ ପଲକ୍କଡରେ ଜନ୍ମ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ କାକାନାଡା ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ପ୍ରାପ୍ତ କରିବା ପରେ ଭାରତୀୟ ରେଳବାଇ ସେବାରେ ଯୋଗ ଦେଇଥିଲେ। ସେ ଦିଲ୍ଲୀ ମେଟ୍ରୋ ସମେତ ପ୍ରଥମ ଫ୍ରେଟ କରିଡରକୁ ସମୟ ପୂର୍ବରୁ ଆରମ୍ଭ କରିଥିବାରୁ ଖ୍ୟାତି ଅର୍ଜନ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଫ୍ରାନ୍ସ ସରକାର ମଧ୍ୟ ଶ୍ରୀଧରନଙ୍କୁ ୨୦୦୫ରେ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। ଆମେରିକାର ବିଶ୍ୱ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମାଗାଜିନ ତାଙ୍କୁ ଏସିଆ ହିରୋର ଟାଇଟଲ ଦେଇଥିଲା।

Leave a Reply

Your email address will not be published. Required fields are marked *

Back to top button