ମିଆଁମାର : ସେନା ଗୁଳିରେ ୯୧ ଜଣଙ୍କ ମୃତ୍ୟୁ

ଏଂଗୁନ : ମିଆଁମାରରେ ସେନା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଆସୁଥିବା ଲୋକଙ୍କ ଉପରେ ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ସେନା ଗୁଳିରେ ୯୧ ଜଣ ପ୍ରାଣ ହରାଇଛନ୍ତି।

ଖବର ଅନୁଯାୟୀ ଶନିବାର ଦେଶରେ ‘ଆର୍ମଡ଼ ଫୋର୍ସ ଡେ’ ପାଳନ କରାଯାଉଥିବା ବେଳେ ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ୟାଙ୍ଗୋନ୍, ମାଣ୍ଡଲେ ଓ ଅନ୍ୟାନ୍ୟ ସହରରେ ରାଲି କରିଥିଲେ। ଏହି ସମୟରେ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏବେ ସୁଦ୍ଧା ଗୁଳିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Back to top button