ମିନିମମ୍ ବାଲାନ୍ସ ଉପରେ ଏସବିଆଇ ନିୟମ ବଦଳାଇଲା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜର ୪୫ କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ହ୍ରାସ କରିଛି ମେଟ୍ରୋ ଓ ଗ୍ରାମାଞ୍ଚଳରେ ମିନିମମ୍ ବାଲାନ୍ସର ଲିମିଟ୍। ଏବେ ମେଟ୍ରୋ ଓ ଅର୍ବାନ୍ ସହର ପାଇଁ ସର୍ବନିମ୍ନ ବାଲାନ୍ସ ୩୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କା କରିଛି। କେବଳ ସେତିକି ନୁହେଁ ମିନିମମ୍ ବାଲାନ୍ସ ନରଖିଲେ ଲାଗୁଥିବା ଚାର୍ଜର ପରିମାଣ ମଧ୍ୟ କମ୍ କରିଛି।

ଏସବିଆଇର ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖିଲେ ୫ରୁ ୧୫ ଟଙ୍କା ଚାର୍ଜ୍ ଓ ଜିଏସଟି କଟୁଥିଲା। ଅଲଗା ଲାଗିଥାଏ। ଏପ୍ରିଲ ୨୦୧୭ରେ ଲାଗୁ ହୋଇଥିଲା ଏହି ନିୟମ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହରରେ ୫୦ ପ୍ରତିଶତ ହ୍ରାସ ପାଇଲେ ଜିଏସଟି ବାଦ୍ ଆଉ ୧୦ ଟଙ୍କା ଲାଗିବ। ଯଦି ୫୦-୭୫ ପ୍ରତିଶତ ହ୍ରାସ ପାଏ ତେବେ ଜିଏସଟି ବାଦ୍ ୧୨ ଟଙ୍କା ଚାର୍ଜ ଲାଗିବ। ଖାତାଧାରକଙ୍କ ମିନିମମ୍ ବାଲାନ୍ସ ୭୫ ପ୍ରତିଶତରୁ ଅଧିକ ହ୍ରାସ ପାଏ ତେବେ ଜିଏସଟି ବାଦ୍ ଆଉ ୧୫ ଟଙ୍କା ଲାଗିବ।

ଏହାବ୍ୟତୀତ ବ୍ୟାଙ୍କ ଅକ୍ଚୋବର ୧ରୁ ଟ୍ୟାକ୍ସ କଲେକ୍ଟେଡ୍ ଆର୍ଟ ସୋର୍ସ ମଧ୍ୟ ଲାଗୁ କରିଛି। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷରୁ ଅଧିକ ରେମିଟାନ୍ସ କରାଯାଉଥିବାରୁ ଏହାକୁ ଲାଗୁ କରାଯାଇଛି। ତେବେ ଏଥିରେ ଶିକ୍ଷା ଋଣକୁ ସାମିଲ କରାଯାଇ ନାହିଁ। ବିଦେଶ ଭ୍ରମଣ ଲକ୍ଷ୍ୟରେ ପଠାଯାଇଥିବା ଟଙ୍କା ଉପରେ ଟିସିଏସ ଲାଗିବ। ଏହି ଅର୍ଥ ଯଦି ୭ ଲକ୍ଷରୁ କମ୍ ହେବ ତେବେ ଟିସିଏଲ ଲାଗୁ ହେବ ନାହିଁ।

ମତାମତ ଦିଅନ୍ତୁ ।