ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଧର୍ମଶାଳା ବିଡିଓ : ଲେଖାଶ୍ରୀ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନରୁ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟାଯାଇଛି। ଏହାକୁ ନେଇ ଏକ ମାମଲା ହାଇକୋର୍ଟରେ ଥିବାବେଳେ ବିଡିଓ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ଏହି ଅଭିଯୋଗବା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।

ରବିବାର ସାମ୍ବାଦିକ ସମିଳନୀର ଲେଖାଶ୍ରୀ କହିଛନ୍ତି ରାସନକାର୍ଡରୁ ପ୍ରଥମେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଯାଉଛି। ପରେ ସେମାନଙ୍କୁ ପୁଣିଥରେ ଯୋଡିବା ପାଇଁ ସେମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ଏଥିପାଇଁ ଏକ ରାକେଟ କାମ କରୁଛି। ସେ କହିଲେ ରାସନ କାର୍ଡ ଦୁର୍ନୀତି ନେଇ ଧର୍ମଶାଳା ବିଡିଓ ବିଡିଓଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ମିଥ୍ୟା କଥା ଦର୍ଶାଇଛନ୍ତି। ବିଡିଓ ଚାଳ ଛପର ଘର ଥିବା ଯୋଗ୍ୟ ହିତାଧିକାରୀଙ୍କର କୋଠା ଘର ଦର୍ଶାଇ ରାସନ କାର୍ଡରୁ ବଂଚିତ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ହିତାଧିକାରୀ ଅଧିକ ବିଜୁଳି ବ୍ୟବହାର କରୁଥିବା ବିଡିଓ ସତ୍ୟପାଠରେ ଦର୍ଶାଇଥିବା ବେଳେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ଏହି ଘଟଣାର ସଂପୃକ୍ତ ବିଡିଓଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।