ମୋ ଚିନ୍ତା ଛାଡି ରାହୁଲ ନିଜ ଚିନ୍ତା କରନ୍ତୁ : ଜ୍ୟୋତିରାଦିତ୍ୟ

0

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ଉତ୍ତର ଦେଇଛନ୍ତି ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ ପ୍ରତିକ୍ରିୟାରେ କହିଛନ୍ତି ରାହୁଲ ଗାନ୍ଧୀ ନିଜ ଚିନ୍ତା କରନ୍ତୁ, ମୋ ଚିନ୍ତା କରିବା ଛାଡି ଦିଅନ୍ତୁ।

ସିନ୍ଧିଆ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ମନ୍ତବ୍ୟ ଦେବା ଉଚିତ ବୋଲି ଭାବୁନି। ଜୀବନରେ ପ୍ରତ୍ୟେକ ଜିନିଷର ଏକ ସ୍ତର ଥାଏ। ଗତ ବର୍ଷେ ଭିତରେ ମୁଁ ଉପରକୁ ଉଠିଯାଇଛି। ରାହୁଲ ଗାନ୍ଧୀ ଏବେ ମୋର ଯେତିକି ଚିନ୍ତା କରୁଛନ୍ତି, ମୁଁ କଂଗ୍ରେସରେ ଥିଲାବେଳେ ସେତିକି ଚିନ୍ତା କରିବାର ଥିଲା।

ସୂଚନାଯୋଗ୍ୟ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧୀ କହିଥିଲେ ମୁଁ ସିନ୍ଧିଆଙ୍କୁ କହିଥିଲି ପରିଶ୍ରମ କରନ୍ତୁ, ଦିନେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ହେବେ। କିନ୍ତୁ ଏବେ ସିନ୍ଧିଆ ପଚାବେଞ୍ଚର ନେତା ହୋଇଯାଇଛନ୍ତି। ଆପଣମାନେ ଲେଖି ରଖନ୍ତୁ, ସିନ୍ଧିଆ ବିଜେପିରେ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ଏଥିପାଇଁ ତାଙ୍କୁ କଂଗ୍ରେସକୁ ଫେରିବାକୁ ପଡିବ।

Leave A Reply

Your email address will not be published.