ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ ମମତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ କ୍ଷମତା ପାଇଁ ପ୍ରତିଯୋଗୀତା ଚାଲିଛି। ଏହିଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସମୟରେ ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ପୂରା କେନ୍ଦ୍ରୀୟ ନେତାଙ୍କ ଫୋର୍ସ ରାଜ୍ୟରେ ମୁତୟନ କରିଛି। କିନ୍ତୁ କଡ଼ା ମୁକାବିଲା କରିବାକୁ ଟିଏମସି ପ୍ରସ୍ତୁତ ବୋଲି ସେ ଦୃଢୋକ୍ତି କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ବଙ୍ଗାଳୀ ଭାଷାରେ ଦେଇ ମମତା କହିଛନ୍ତି “ଖେଲା ହୋବେ, ଦେଖା ହୋବେ ଓ ଜେତା ହୋବେ।” ଏହାର ଅର୍ଥ ଖେଳ ହେବ, ଲଢ଼େଇ ହେବ ଓ ଜିତା ବି ହେବ। ବେଙ୍ଗଲ ନିର୍ବାଚନ ପାଇଁ ବିଜେପି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୩୦ଟି ରାଲି କରିବ। ଏହାକୁ ସମାଲୋଚନା କରି ମମତା କହିଛନ୍ତି ତାଙ୍କୁ ମୋ ସହ ୧୨୦ଟି ରାଲି କରିବାକୁ କୁହନ୍ତୁ।

ସେମାନେ ବେଙ୍ଗଲର ବିଧାନସଭା ନିର୍ବାଚନ ପାଇଁ କଶ୍ମୀରରୁ କନ୍ୟାକୁମାରୀ ଯାଏ ଫୋର୍ସଙ୍କୁ ପଠାନ୍ତୁ। ସେମାନେ ପଶ୍ଚିମବଙ୍ଗ ନିର୍ବାଚନକୁ ୨୯୪ଟି ଫେଜ୍‌ରେ କରିବାକୁ ଇସିଆଙ୍କୁ କୁହନ୍ତୁ। କିନ୍ତୁ ଯେଉଁମାନେ ବେଙ୍ଗଲର ଇତିହାସ ଓ ସଂସ୍କୃତି ବିଷୟରେ ଜାଣିନାହାନ୍ତି ସେମାନେ କେବେ ହେଲେ ରାଜ୍ୟକୁ ଶାସନ କରିପାରିବେ ନାହିଁ। ବେଙ୍ଗଲର ସ୍ଥିତାବସ୍ଥା ପାଇଁ ଏହି ଲଢ଼େଇ ହେଉଛି। ଲୋକମାନେ ଭଲ ଭାବେ ଜାଣିଛନ୍ତି ବିଜେପି ଆସିବମାନେ ବେଙ୍ଗଲ ଶେଷ ହୋଇଯିବ ବୋଲି ମମତା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button