ମୋଟା ଲୋକଙ୍କୁ ଅଧିକ କରୋନା ବିପଦ

ସମଗ୍ର ବିଶ୍ଵରେ କରୋନା ରଚୁଛି ମୃତ୍ୟୁ ତାଣ୍ଡବ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରତିଦିନ ଗଡିଚାଲିଛି ମୁଣ୍ଡ। ଆଉ ଦିନକୁ ଦିନ କରୋନା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଜଣାପଡିଛି ଅଧିକ ଓଜନର ଲୋକଙ୍କୁ କାରୋନା ମୃତ୍ୟୁର ବିପଦ ଅଧିକ। ବ୍ରିଟେନ୍‌ର ସରକାରୀ ଏଜେନ୍ସି ପବ୍ଲିକ ହେଲ୍‌ଥ ରିପୋର୍ଟରେ ଏହା କୁହାଯାଇଛି।

ରିପୋର୍ଟ ଅନୁଯାୟୀ ବଡି ମାସ ଇଣ୍ଡେକ୍ସ ୨୫ରୁ ଉପରେ ଥିଲେ ଓଜନ ଆବଶ୍ୟକତାଠାରୁ ଅଧିକ ବୋଲି କୁହାଯିବ। ଏହି ବର୍ଗର ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ରହିଥାଏ। ମାତ୍ର ବଡି ମାସ ଇଣ୍ଡେକ୍ସ ୩୦ ରୁ ୩୫ ଥିଲେ କରୋନା ମୃତ୍ୟୁ ବିପଦ ୪୦ ପ୍ରତିଶତ ଅଧିକ। ଆହୁରି କୁହାଯାଇଛି ବଡି ମାସ ଇଣ୍ଡେକ୍ସ ୨୫ରୁ ଅଧିକ ରହିଲେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ଦୁଇଗୁଣ ଅଧିକ ରହିଥାଏ। ମୃତ୍ୟୁର ବିପଦ ଆଶଙ୍କା ଥାଏ ୩ ଗୁଣ। ଭେଣ୍ଟିଲେଟର ଦରକାର ପଡେ ଆବଶ୍ୟକତା ଠାରୁ ସାତ ଗୁଣ ଅଧିକ। ତେଣୁ ଓଜନ କମ ରହିଲେ କରୋନା ବିପଦ କମ ହୋଇଥାଏ ବୋଲି ଅଧିକ ଓଜନ ଥିବା ଲୋକଙ୍କ ସଂଦର୍ଭରେ ଡାକ୍ତରମାନେ ଏହି ମତ ଦେଇଛନ୍ତି।

  ନାବାଳିକାକୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ

ପବ୍ଲିକ ହେଲ୍‌ଥ ଇଂଲଣ୍ଡର ରିପୋର୍ଟରେ କୁହାଯାଇଛି ଅଧିକ ମୋଟାପଣରୁ ରେସ୍ପିଟେରୀ ସିଷ୍ଟମ ପ୍ରଭାବିତ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡେ ପ୍ରଭାବ। ପୂର୍ବରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବରିସ ଜନସନ କହିଥିଲେ ଲୋକମାନେ ନିଜର ଓଜନ କମାଇବା ଉଚିତ୍। ଏହାଛଡା କିଛି ରିପୋର୍ଟରୁ ଜଣା ପଡିଛି କରୋନା ଲକ୍‌ଡାଉନ୍‌ ସମୟରେ ଲୋକମାନେ ଘରେ ରହି ଅଧିକ ଜଳଖିଆ ଖାଉଥିବା ବେଳେ କମ ବ୍ୟାୟାମ କରୁଛନ୍ତି। ମୋଟାପଣ ଆକଳନ ଅନୁଯାୟୀ ବ୍ରିଟେନ୍‌ରେ ଦୁଇ ତୃତୀୟାଂଶ ଲୋକଙ୍କର ଓଜନ ଅଧିକ ରହିଛି। ଏହି ଦେଶରେ କରୋନାରେ ୪୫,୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ପଛର କାରଣ ମୋଟାପଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।