ମୌସୁମୀ ବାୟୁ କେରଳ ଛୁଇଁଲା

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ୧୦ରୁ ୧୨ ଦିନ ପରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଚଳିତ ବର୍ଷ ୪୦ ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ। ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତବର୍ଷ ଜୁନ୍ ୧ରୁ ଦକ୍ଷିଣ-ପଶ୍ଚିମ ବାୟୁ ବିଳମ୍ୱ ହୋଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ ହୋଇଛି। ମେ’ ୨୧ରେ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ କରିଥିଲା।

ଜୁନରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସର ବୃଷ୍ଟିପାତ ପାଇଁ ପ୍ରଥମ ଲଙ୍ଗ୍ ରେଞ୍ଜ୍ ପୂର୍ବାନୁମାନ ପ୍ରକାଶ କରିଥିଲା। ଏପ୍ରିଲ ୧୬ରେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ କହିଥିଲେ ଚଳିତ ବର୍ଷ ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବ। ଯାହା ସ୍ୱାଭାବିକ ମୌସୁମୀ ଭାବେ ଗୃହୀତ। ଯଦି ଏଭଳି ହେବ ତାହେଲେ ଦେଶ ପାଇଁ ଭଲ ଖବର। ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେଲେ ଦେଶରେ କୃଷି ଉତ୍ପାଦନ ଭଲ ହେବାରେ ସାହାଯ୍ୟ କରିବ। ତେବେ ଏହା ୫ ପ୍ରତିଶତ କମ୍ ବେଶୀ ହୋଇପାରେ।

ସେହିପରି ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। ୨୦୧୯ ଓ ୨୦୨୦ ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button