ମୌସୁମୀ ଧୀମା : ଲଘୁଚାପ ପ୍ରଭାବରେ ସକ୍ରିୟ ହେବ

ହାଇଦ୍ରାବାଦ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ଦକ୍ଷିଣ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଛୁଇଁଥିଲା। ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ଵାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ପ୍ରଥମ କିଛିଦିନ ସମୟାନୁବର୍ତ୍ତୀ ରହିବା ପରେ ମୌସୁମୀ ବାୟୁର ଗତି ଟିକିଏ ଧୀମେଇ ଯ଼ାଇଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି। ଫଳରେ ତାମିଲନାଡ଼ୁ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ କମିଯ଼ାଇଛି।

ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ମୌସୁମୀକୁ ସକ୍ରିୟ କରିବ। ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଠିକ ସମୟରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ। ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ। ସେହିପରି ମହାରାଷ୍ଟ୍ରରେ ମଧ୍ୟ ମୌସୁମୀ ସକ୍ରିୟ ହୋଇ ବର୍ଷା ପରିମାଣ ବଢିବ ବୋଲି ଉହାଯାଇଛି।

Leave a Reply

Your email address will not be published. Required fields are marked *

Back to top button