ବ୍ରହ୍ମପୁର: ଲକ୍‌ଡାଉନ୍‌ ରାତିରେ ଚାଲିବ ୨୨ ଅଟୋ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସ୍ଥିତି ଅଣାୟତ୍ତ ଆଡକୁ ମୁହାଁଉଛି। ସଂକ୍ରମଣ ରୋକିବା ପାଇଁ ଜିଲ୍ଲାରେ ଲାଗୁହୋଇଛି ଲକ୍‌ଡାଉନ୍‌ କଟକଣା। ଗାଡି ଚଳାଚଳ ବନ୍ଦ। ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ନେଇଛି ପଦକ୍ଷେପ। ଲୋକଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବାକୁ ରାତିରେ ୨୨ଟି ଅଟୋ ଚଳାଚଳ କରିବ। ଏନେଇ ନିଗମ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। କୁହାଯାଇଛି ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଜାରି କରାଯାଇଛି ୨୨ ଅଟୋ ଚାଳକଙ୍କ ଫୋନ୍ ନମ୍ବର। କୌଣସି ଜରୁରୀ କାମ ପଡ଼ିଲେ ଏହି ନମ୍ବରକୁ ଫୋନ୍ କରି ସୁବିଧା ନେବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।