ମୃତ୍ୟୁ ଗୁଜବକୁ ଖଣ୍ଡନ କଲେ ଅଭିନେତ୍ରୀ ମିନାକ୍ଷୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀଙ୍କ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ପ୍ରଚାର ହୋଇଥିଲା। ଏନେଇ ନାନା ଖବର ଆସୁଥିବାରୁ ସନ୍ଦେହ କରାଯାଉଥିଲା କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ମିନାକ୍ଷୀ ସୋସିଆଲ ମିଡ଼ିଆ ଜରିଆରେ ସତ୍ୟତା ଜଣାଇବା ପରେ ଖବର ଗୁଜବ ବୋଲି ପ୍ରମାଣିତ ହୋଇଛି।

ଅଭିନେତ୍ରୀ ମିନାକ୍ଷୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି ଆମେରିକାର ଡଲାସ ସହରରେ ସ୍ୱାମୀ ଓ ଦୁଇ ଶିଶୁଙ୍କ ସହ ରହୁଛନ୍ତି। ସେ ଲେଖିଛନ୍ତି “ଡାନ୍ସ ପୋଜ”। ଏହି ପୋଷ୍ଟ ଜରିଆରେ ସେ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି।

ମିନାକ୍ଷୀ ୧୭ ବର୍ଷ ବୟସରେ ୧୯୮୧ ମସିହା ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ୧୯୮୩ ମସିହାରେ ଫିଲ୍ମ ପେଣ୍ଟର ବାବୁ ଜରିଆରେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ୧୯୮୫ରେ ହରିଶ ମୈସୁର ନାମକ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ସହ ବିବାହ କରି ସ୍ୱାମୀଙ୍କ ସହ ଆମେରିକା ଚାଲିଯାଇଥିଲେ। ଦୁଇ ଶିଶୁର ମା’ ହେବା ସହିତ ସେଠାରେ ଏକ ଡାନ୍ସ ସ୍କୁଲ ଚଳାଉଛନ୍ତି।

ମିନାକ୍ଷୀ ପେଣ୍ଟର ବାବୁ, ଆୱାରା ବାପ, ଘର ହୋ ତୋ ଐସା, ଇନାମ ଦଶ ହଜାର, ଲଭର ବଏ, ଆନ୍ଧୀ ତୁଫାନ, ସ୍ଵାତୀ, ମେରୀ ଜଙ୍ଗ, ଡକାଏତ୍, ଜୁର୍ମ, ଗଙ୍ଗା ଯମୁନା ସରସ୍ଵତୀ, ଘରାନା, ପରିବାର, ଘାୟଲ, ଦାମିନୀ ଓ ହୋରୋ ଭଳି ହଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଶେଷ ଫିଲ୍ମ ଥିଲା ଘାତକ। ଏଥିରେ ସେ ସନ୍ନି ଦେଓଲଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୯୬ରେ ରିଲିଜ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button