ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ସହାୟତା

ଭୁବନେଶ୍ୱର : ରାଜ୍ୟ ସରକାର ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ।

ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି ଅନୁଯାୟୀ କରୋନା ମୁକାବିଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି କିମ୍ବା କର୍ମଚାରୀମାନଙ୍କର ମୃତ୍ୟୁ ହେଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ବୀମା ରାଶି ମିଳିବ। ଯେଉଁ ମୃତ କରୋନା ଯୋଦ୍ଧାମାନେ ଏହି କଲ୍ୟାଣ ଯୋଜନା ଅନ୍ତର୍ଗତ ବୀମା ରାଶି ପାଇବାକୁ ହକ୍‌ଦାର ହେବେନାହିଁ ସେମାନଙ୍କୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ। ଏଥିପାଇଁ ୨୦୨୦ ଜୁଲାଇ ୨୯ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button