ମୃତ୍ୟୁ ପରେ ବ୍ୟବହାର ହେଉଥିଲା ଦିଶାଙ୍କ ଫୋନ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି। ଏହା ସହିତ ଯୋଡି ହୋଇଯାଇଛି ଦିଶା ସାଲିୟନଙ୍କ ଆତ୍ମହତ୍ୟା ଘଟଣା। ଚାଞ୍ଚଲ୍ୟକର କଥା ହେଉଛି ଦିଶାଙ୍କ ମୃତ୍ୟୁର ଅନେକ ଦିନ ଯାଏଁ ତାଙ୍କ ସେଲଫୋନ୍ ଆକ୍ଟିଭ ଥିଲା। କିଏ ବ୍ୟବହାର କରୁଥିଲା ଏହି ଫୋନ୍। କାହାକୁ କରାଯାଇଛି ଏଥିରୁ ଫୋନ୍। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଦିଶାଙ୍କ ମୃତ୍ୟୁ ଜୁନ୍ ୮ତାରିଖରେ ହୋଇଥିଲେ ହେଁ ଫୋନ୍ ଜୁନ୍ ୧୭ତାରିଖ ଯାଏଁ ଆକ୍ଟିଭ ଥିଲା। ସେଥିପାଇଁ ଦିଶାଙ୍କ ଫୋନରୁ ଇଣ୍ଟରନେଟ୍ କଲିଂ ସହ ଜଡ଼ିତ ସୂଚନା ବାହାର କରିବାକୁ ଉଦ୍ୟମ ଜାରି ରହିଛି।

ଖବର ଅନୁଯାୟୀ ଦିଶା ମୃତ୍ୟୁ ପୂର୍ବରୁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ ସହ କଥା ହୋଇଥିଲେ। ସୁଶାନ୍ତ ଏକ ପ୍ରେସ୍ କନଫରେନ୍ସ କରି କିଛି ସୂଚନା ସାମନାରେ ରଖିବାକୁ ଚାହୁଁଥିଲେ। କିନ୍ତୁ ଦିଶା-ସୁଶାନ୍ତଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ରହିଛି। ଏହାକୁ ଦିଶାଙ୍କ ବାପା-ମା’ ଗ୍ରହଣ କରୁନାହାନ୍ତି। ଆଉ କହିଛନ୍ତି ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ଖରାପ କରିବାକୁ ଉଦ୍ୟମ ନ କରାଯାଉ।

ଅନ୍ୟପକ୍ଷରେ ଦିଶାଙ୍କ ଫୋନ୍ ସହ ଜଡ଼ିତ ସୂଚନା ଆସିବା ପରେ ଏବେ ଅନେକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ଦିଶାଙ୍କ ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ କାହିଁକି ଜବତ କରାଯାଇନଥିଲା ? ଦିଶାଙ୍କ ଫୋନ୍ କିଏ ବ୍ୟବହାର କରୁଥିଲା ? ଫୋନ୍ କଲ୍ କାହାକୁ କାହାକୁ କରାଯାଇଥିଲା ? ପୋଲିସ୍ କେଉଁଭଳି ତଦନ୍ତ କରୁଥିଲା ? ତଦନ୍ତ ପାଇଁ ଫୋନ୍ ନେଇନଥିଲା କାହିଁକି ?

ମତାମତ ଦିଅନ୍ତୁ ।