ମୁହଁର ବ୍ରଣ ଓ ରୁପି ସମସ୍ୟା ଦୂର କରିବ ଲୁଣ ପାଣି

ଭୁବନେଶ୍ବର: କିଛି ଲୋକ ନିଜର ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଖୁବ୍ କମ୍ ଲୁଣ ସେବନ କରିଥାନ୍ତି। ଅଧିକ ଲୁଣ ଖାଇବା ଦ୍ବାରା ଶରୀରର ଫୁଲିଯିବା ସହିତ ବ୍ଲଡ ପ୍ରେସର ବଢିଯାଇଥାଏ। କିଡନୀ ଜନିତ ସମସ୍ୟା ବି ସୃଷ୍ଟି କରିଥାଏ। କିନ୍ତୁ ଆପଣଙ୍କ ତ୍ବଚା ପାଇଁ ଲୁଣ ଚମତ୍କାରୀ ସାବ୍ୟସ୍ତ ହୋଇପାରେ। ସମୁଦ୍ରର ଲୁଣିଆ ପାଣିର ସ୍ବାଦ ଲୋକମାନଙ୍କୁ ଭଲ ଲାଗୁ ନଥିଲା ବେଳେ ଯଦି ସେଥିରେ ସ୍ନାନ କରନ୍ତି ତେବେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ। 

ଲୁଣ ପାଣିରେ ଅନେକ ଗୁଡିଏ ଲାଭ ରହିଛି। ଲୁଣ ଆମର ତ୍ବଚା ଓ କେଶ ପାଇଁ ଖୁବ୍ ଭଲ ବୋଲି ମନେପକାଯାଏ, କାରଣ ଏଥିରେ ବିଭିନ୍ନ ପ୍ରକାର ମିନେରାଲ୍ସ, ଯେପରିକି-କ୍ୟାଲସିୟମ, ସିଲିକନ୍, ସୋଡିୟମ୍ ଭଳି ତତ୍ତ୍ବ ରହିଛି। ଯଦି ଆପଣ ଘରେ ନିଜର ତ୍ବଚା ଓ କେଶ ପାଇଁ ଲୁଣପାଣିର ବ୍ୟବହାର କରିବାକୁ ଚାହାନ୍ତି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ:-  

ଯଦି ଆପଣଙ୍କର ବ୍ରଣ ସମସ୍ୟା ରହିଛି ଓ ବିଭିନ୍ନ ପ୍ରକାର ଉପଚାର କରି ଭଲ ହେଉନି, ତେବେ ଲୁଣର ସହାୟତା ନେଇ ପାରନ୍ତି। ଆପଣଙ୍କୁ ବାସ୍ ୧ ଗିନା ପାଣିରେ ଏକ ଚାମଚ ଲୁଣ ମିଶାଇବାର ଅଛି। ଏହି ପାଣିରେ ତୁଳା ଭିଜାଇ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ବ୍ରଣର ସମସ୍ୟା ରହିଛି। ଶୁଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏଭଳି ପ୍ରତିଦିନ କରେ ୨-୩ ଦିନରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିବାର ସମ୍ଭାବନା ଅଧିକ ରହିଛି। 

ଲୁଣ ଏକ୍ସଫୋଲିଏଟର ଭାବରେ କାମ କରିଥାଏ। ଏହା ଚର୍ମକୁ ଗଭୀରତାରୁ ସଫା କରିଥାଏ। ରକ୍ତ ସଞ୍ଚାଳନକୁ ବଢାଇବା ସହିତ ଆପଣଙ୍କ ତ୍ବଚାକୁ ମଶ୍ଚରାଇଜର କରିଥାଏ। ଯଦି ଆପଣଙ୍କ ସ୍କିନ୍ ସମ୍ବେଦନଶୀଳ, ତେବେ ମୁହଁ ବଦଳରେ ଆପଣଙ୍କ ଶରୀର ପାଇଁ ଉପଯୋଗ କରାଯିବା ଦରକାର। ଲୁଣ ପାଣିରୁ ଆପଣ ନିଜର ହାତ ଓ ପାଦକୁ ସ୍କ୍ରବ୍ କରି ତାକୁ ସୁନ୍ଦର କରିପାରିବେ। ଲୁଣ ପାଣି ଦ୍ବାରା ଡେଡ୍ ସ୍କିନକୁ ବାହାର କରିହେବ। 

କେବଳ ଚର୍ମ ପାଇଁ ଲୁଣ ଭଲ ତାହା ନୁହେଁ, ମୁଣ୍ଡରେ ଯଦି ରୂପି ସମସ୍ୟା ଥାଏ ତେବେ ଏହାକୁ ଦୂର କରିଥାଏ। ଲୁଣ ଅତିରିକ୍ତ ତେଲ ଓ ଆଦ୍ରତାକୁ ଦୂର କରି ଫଙ୍ଗଲ ଇମ୍ପେକସନକୁ ଦୂର କରିବାରେ ସହାୟକ ହୋଇଥାଏ।  

ମତାମତ ଦିଅନ୍ତୁ ।