ମୁକେଶ ଅମ୍ବାନି ବିଶ୍ଵର ଷଷ୍ଠ ବଡ଼ ଧନୀ

ନୂଆଦିଲ୍ଲୀ : ଫୋର୍ବସ୍‌ ଧନୀ ତାଲିକାରେ ବିଶ୍ଵର ପଞ୍ଚମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି। ତାଙ୍କ ପାଖରେ ଏବେ ୫.୬୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ମୁକେଶଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜିଓ ପ୍ଲାଟଫର୍ମସ୍‌ରେ ବିଦେଶୀ ନିବେଶକମାନେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଥିବା ବେଳେ ରାଇଟସ୍‌ ଇସ୍ୟୁ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫୩ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି।  

କିଛି ସପ୍ତାହ ତଳେ ମୁକେଶ ଧନୀ ତାଲିକାର ନବମ ସ୍ଥାନରେ ଥିଲେ। ମାତ୍ର ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ୨୦୦୦ ହଜାର ଟଙ୍କାରେ ପହଞ୍ଚିଯିବା ପରେ ମୁକେଶଙ୍କ ସମ୍ପତ୍ତି ବଢ଼ିଯାଇଛି। ସେ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ଠାରୁ ମାତ୍ର କିଛି ବିଲିଅନ୍ ଡଲାର ପଛରେ ରହିଛନ୍ତି। ଫୋର୍ବସ୍‌ ତାଲିକା ଅନୁଯାୟୀ ଆମାଜନ୍‌ର ମୁଖ୍ୟ ଜେଫ୍ ବେ‌ଜୋସ୍‌ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ମାଇକ୍ରୋସଫ୍‌ଟର ମୁଖ୍ୟ ବିଲ୍‌ ଗେଟସ୍‌ ଦ୍ଵିତୀୟ, ଲୁଇ ଭୁଟନ୍‌ର ମୁଖ୍ୟ ବର୍ଣ୍ଣାଡ୍‌ ତୃତୀୟ ଓ ଜୁକରବର୍ଗ ଚତୁର୍ଥ ସ୍ଥାନରେ ଅଛନ୍ତି।

ମତାମତ ଦିଅନ୍ତୁ ।