ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ୟଶବର୍ଦ୍ଧନ କୁମାର ସିହ୍ନା

ନୂଆଦିଲ୍ଲୀ : ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ୟଶବର୍ଦ୍ଧନ କୁମାର ସିହ୍ନା ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଶନିବାର ରାଷ୍ଟ୍ରପତି ଭବନରେ ଏହି ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। କୋଭିଡ-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ ସହକର୍ମୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯଶବର୍ଦ୍ଧନ କୁମାର ସିହ୍ନା ଭାରତୀୟ ବୈଦେଶିକ ସେବା (ଆଇଏଫଏସ)ର ଜଣେ ପୂର୍ବତନ ଅଧିକାରୀ। ୨୦୧୯ ଜାନୁଆରୀରେ ସେ ଆୟୋଗରେ ସୂଚନା କମିଶନର ପଦ ଗ୍ରହଣ କରିଥିଲେ। ସେ ବ୍ରିଟେନ ଓ ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ମତାମତ ଦିଅନ୍ତୁ ।