ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇ ଉଦାହରଣ ସୃଷ୍ଟିକଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର : କୋଭିଡ କଟକଣା ଭିତରେ ଶନିବାର ରାଜ୍ୟରେ ପାଳନ ହୋଇଛି ୭୪ତମ ସ୍ୱାଧୀନତା ଦିବସ। ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କରିଛନ୍ତି ସମ୍ବୋଧନ। ହେଲେ ଆଜି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ୍। ଯାହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଚର୍ଚ୍ଚିତ ଖବର ହେଲା ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ପ୍ରଦର୍ଶନୀ ପଡିଆକୁ ଆସିବା ବେଳେ କାର ଚାଳକ ଆସନରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ସଚିବ ଭି.କେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ସେ ଡ୍ରାଇଭିଂ କରି ସଭାସ୍ଥଳକୁ ଆଣିଥିଲେ। ଯାହା ପୂର୍ବରୁ କେବେ ଦେଖାଯାଇ ନାହିଁ। ଶ୍ରୀ ପାଣ୍ଡିଆନ୍‌ ଜଣେ ବରିଷ୍ଠ ଆଇଏଏସ ଅଫିସର ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚାଳକ ହେବାକୁ କୁଣ୍ଠାବୋଧ କରିନାହାନ୍ତି। ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ତାରିଫ କରାଯାଇଛି। ପୂର୍ବରୁ ବଡିଭୋରରୁ ସେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଓ କଟକ ବଡ ଡାକ୍ତରଖାନା ଯାଇ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। କିନ୍ତୁ ଆଜିର ଏ ନିଆରା କାର୍ଯ୍ୟ ସବୁକୁ ବଳିଯାଇଛି ବୋଲି ଲୋକେ କହୁଛନ୍ତି।

ମତାମତ ଦିଅନ୍ତୁ ।