ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟବାସୀଙ୍କୁ ମିଳିବ ମାଗଣାରେ କାରୋନା ଟିକା

ଭୁବନେଶ୍ଵର : ରାଜ୍ୟର ୧୮ରୁ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ କରୋନା ଟିକା ମିଳିବ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶ ଏବେ କଠିନ ସମୟ ଦେଇ ଗତି କରୁଛି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଆବଶ୍ୟକ। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ମୁଁ ଲକ୍‌ଡାଉନ୍ ସପକ୍ଷରେ ନାହିଁ। ଯଦି ଆମେ ନିଜେ ସତର୍କ ନହେବା ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବେ ନାହିଁ।

ମୁଖ୍ୟମନ୍ତ୍ରୀ କହିଲେ ପ୍ରତ୍ୟେକ ମୃତ୍ୟୁ ପଛରେ ଗୋଟିଏ ପରିବାରର ଦୁଃଖଭରା କାହାଣୀ ରହିଛି। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ ହରାଇଛି। ଏପରିକି କେଉଁଠି ଜଣେ ନବବିବାହିତା ସ୍ତ୍ରୀ ତା’ର ସ୍ୱାମୀକୁ ହରାଇଛି। କେଉଁଠି ବୁଢ଼ା ବାପାମା’ ଆଗରେ ରୋଜଗାରିଆ ପୁଅ ଚାଲି ଯାଉଛି। କେଉଁଠି ଛୋଟ ଛୋଟ ପିଲା ଅନାଥ ହେଉଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି କୋଭିଡ୍ ନିୟମକୁ ମାନନ୍ତୁ।

ମୁଖ୍ୟମନ୍ତ୍ରୀ କହିଲେ ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ ଓ ଝାଡଖଣ୍ଡ ଆଦି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି। ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଦେଶବାସୀ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ଆମେ ଏହାକୁ ପାଳନ କରିବା। କୋଭିଡ୍‌ ନିୟମ ମାନି ନିଜକୁ କରୋନରୁ ରକ୍ଷା କରିବା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button