ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରନ୍ଧା ଖାଦ୍ୟ ଓ ମାସ୍କ ବାଣ୍ଟିଲେ ଯୁବ ବିଜେଡ଼ି କର୍ମକର୍ତ୍ତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମ ଦିନ। ସେ ୭୫ ବର୍ଷରେ ପାଦଦେଲେ। ତାଙ୍କର ଜନ୍ମଦିନ ଉପଲକ୍ଷେ ରାଜ୍ୟ ଯୁବ ବିଜେଡ଼ି କର୍ମକର୍ତ୍ତାମାନେ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି।

ରାଜ୍ୟ ବିଜେଡ଼ି ସମ୍ପାଦକ (ଯୁବ ବେପାର) ଅମରେଶ ପତ୍ରୀଙ୍କ ନିର୍ଦେଶରେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଦିପକ କୁମାର ସାହୁ, ଯୁବ ବିଜେଡ଼ି ନେତା ରଶ୍ମି ରଞ୍ଜନ ଦାଶ ଓ ଯୁବ ବିଜେଡ଼ି ସମ୍ପାଦିକା ମହୀକ୍ଷୀତା ମିଶ୍ର ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ମିତା ପରିଡା, ଶକ୍ତିପ୍ରକାଶ ରାଉତ, ମଧୁସ୍ମିତା ସାହୁ, ପ୍ରୀତି କୁମାରୀ ଦାସ, ଆଶିଷ ଜେନା, ଅରୁଣ ଜଗଦେବ, ଜ୍ୟୋତି ରଞ୍ଜନ ପାଲ, ଜ୍ୟୋତିରଞ୍ଜନ ବାରିକ, ମିଲନ ମହାପାତ୍ର, ବିଧିତ ଶତପଥି ଓ ଦେବାଶିଷ ପଣ୍ଡା ପ୍ରମିଖ ସହଯୋଗ କରିଥିଲେ।

ମତାମତ ଦିଅନ୍ତୁ ।