ନ’ ତାଲା ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଗ୍ରୀଲ ଚୋରି

0

ଭୁବନେଶ୍ଵର : ହେଡ୍‌ ଅଫ୍‌ ଡିପାର୍ଟମେଣ୍ଟାଲ ବିଲଡିଂ ତଥା ୟୁନିଟ୍‌-୫ରେ ନ’ ତାଲା ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଝରକା ‌ଗ୍ରିଲ୍‌ ସପ୍ତାହକ ତଳେ ଚୋରି ହୋଇଯାଇଛି। ଫଳରେ କାର୍ଯ୍ୟାଳୟର କମ୍ପ୍ୟୁଟର ଓ ଅନ୍ୟାନ୍ୟ କାଗଜପତ୍ର ଚୋରି ହେବାର ଆଶଙ୍କା ପ୍ରକାଶ ପାଇଛି।

ଖବର ଅନୁଯାୟୀ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଝରକା ଗ୍ରିଲ୍‌ ଲଗାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ସାଧାରଣ ପ୍ରଶାସନ ବିଭାଗ (ଇଷ୍ଟେଟ୍‌) ନିର୍ଦ୍ଦେଶକଙ୍କୁ ଚିଠି ଲେଖିବା ପରେ ଚୋରି ଘଟଣା ପଦାକୁ ଆସିଛି। ଶ୍ରୀମତୀ ମହାନ୍ତି ଉଲ୍ଲେଖ କରିଛନ୍ତି ଗତ ସପ୍ତାହ ରାତିରେ ଝରକା ଗ୍ରିଲ୍‌ ଚୋରି ହୋଇଛି। ଗ୍ରିଲ୍‌ ନ ଥିବାରୁ କମ୍ପ୍ୟୁଟର ସମେତ ଅନ୍ୟାନ୍ୟ କାଗଜପତ୍ର ଏବେ ଅସୁରକ୍ଷିତ। ତେଣୁ ପୂର୍ତ୍ତ ବିଭାଗକୁ କହି ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏହାଛଡା କ୍ୟାପିଟାଲ ଥାନା ଅଧିକାରୀଙ୍କୁ ଏସଂପର୍କରେ ଅବଗତ କରାଯାଇଥିବା ବେଳେ ରାତ୍ରୀକାଳୀନ ପେଟ୍ରୋଲିଂକୁ ବଢ଼ାଇବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.