ନକଲି ଏଟିଏମ୍‌ କାର୍ଡ଼ ଦେଇ ଟଙ୍କା ଲୁଟୁଥିବା ଲୁଟେରା ଗିରଫ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ପୋଲିସ ଜଣେ ଲୁଟେରାକୁ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଅସଲି ଏଟିଏମ୍‌ କାର୍ଡ଼ ନେଇ ନକଲି ଦେଉଥିଲା। ପରେ ଖାଲି କରିଦେଉଥିଲା ଆକାଉଣ୍ଟ।

ଖବର ଅନୁଯାୟୀ ନବରଙ୍ଗପୁର ଚନ୍ଦାହାଣ୍ଡିର ଚୈବନ୍‌ ନାଗ ଟଙ୍କା ଉଠାଇବା ବାହାନାରେ ଯାଇ ଏଟିଏମ୍‌ ପାଖରେ ଛିଡ଼ା ହୁଅନ୍ତି। ଟଙ୍କା ଉଠାଇବାରେ କରନ୍ତି ଲୋକଙ୍କୁ ସହଯୋଗ। ଟଙ୍କା ଉଠାଇବା ବେଳେ ଏଟିଏମ୍‌ କାର୍ଡ଼ ଓ ପିନ୍‌ ନମ୍ୱର ନେଉଠିଲା। କିନ୍ତୁ ଫେରାଉଥିଲା ନକଲି ଏଟିଏମ୍‌ କାର୍ଡ଼। ପରବର୍ତ୍ତି ସମୟରେ ଆକାଉଣ୍ଟ ଖାଲି କରିଦେଉଥିଲା। ବିଭିନ୍ନ ଜିଲ୍ଲାରେ ବୁଲି ସେ କରୁଥିଲା ଏପରି କାମ। ଜୁନାଗଡ଼ ଥାନାରେ ଅଭିଯୋଗ ହେବାପରେ ପୋଲିସ ଚୈବନ୍‌କୁ ଗିରଫ କରିବା ସହିତ ତା’ ନିକଟରୁ ୭ଟି ଏଟିଏମ୍‌ କାର୍ଡ, ନଗଦ ୬୭୦୦୦ ଓ ୨ଟି ମୋବାଇଲ୍‌ ଜବତ କରିଛି।

ମତାମତ ଦିଅନ୍ତୁ ।