ନାବାଳିକା ଆତ୍ମହତ୍ୟା ଘଟଣାରେ ଆଉ ଜଣେ ନିଲମ୍ୱିତ

ଢେଙ୍କାନାଳ : ନାବାଳିକା ଆତ୍ମହତ୍ୟା ଘଟଣାରେ ତତ୍‌କାଳୀନ ଭାପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ଏଏସଆଇ ପଦ୍ମନାଭ ସାହୁ ନିଲମ୍ବିତ ହୋଇଥିଲେ।

ଅଭିଯୋଗ ହେଲା ଗତ ୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳର ନାବାଳିକା ଘରେ ଏକା ବେଳେ ପାଣି ପିଇବା ବାହାନାରେ ଜଣେ ଯୁବକ ତାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ପୀଡ଼ିତାଙ୍କ ପରିବାର ଲୋକ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଯାହା ଫଳରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଗତକାଲି ପୀଡିତାଙ୍କ ବାପା-ମାଆ ବିଲକୁ କାମ ଯାଇଥିଲେ। ଘରେ କେହି ନଥିବାରୁ ପୀଡ଼ିତା ବିଷ ପିଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।